ମନକୁ ଦୃଢକରି ଜୀବନକୁ ଆଗକୁ ନେଇଥିବା ଦୁଇ ଅପରାଜିତା : ନଜମା ଓ ସଂଘମିତ୍ରା

45

ବେଳେବେଳେ ଆମର ସାମାଜିକ ପ୍ରଥା ଓ ଚଳନି , ଆମ ପାଇଁ ସମସ୍ୟା ହୋଇଯାଏ । ସ୍ୱାଭାବିକ ଜୀବନଯାପନକୁ ଦୋହଲାଇ ଦିଏ। ତାକୁ ସାମ୍ନା କରି ଯେ ଆଗକୁ ବଢେ ସେ ହୁଏ ଅପରାଜିତା । ସେହି ଭଳି ଜଣେ ଅପରାଜିତା ନଜମା । ଦୁଃଖ କେମିତି ଦାଉ ସାଧିପାରେ ତାର ଏକ ଜ୍ୱଳନ୍ତ ଉଦାହରଣ ନଜମା ଓ ତାଙ୍କ ସ୍ୱାମୀଙ୍କ ତାମ୍ପତ୍ୟ କଳହର କାହାଣୀ । କେବଳ ଓଡିଶା ନୁହେଁ ସମଗ୍ର ଭାରତ ବର୍ଷରେ ନଜମା ଆଜି ପାଲଟିଛନ୍ତି ଅନେକ ମହିଳାଙ୍କର ଆତ୍ମ ବିଶ୍ୱାସର ଉଦାହରଣ । ସ୍ୱାମୀ-ସ୍ତ୍ରୀ ସଂପର୍କର ଅତୁଟ ପ୍ରୀତିକୁ ପାଇବା ପାଇଁ ଦୁଃଖ ସହି ସଂଗ୍ରାମ ଲଢେଇ କରିଥିଲେ ସାମାଜିକ ପ୍ରଥା ଓ ବ୍ୟବସ୍ଥା ସହ ।

ଏହିପରି ଆଉ ଜଣେ ହେଲେ ସଂଘମିତ୍ରା । ଆମ ସମାଜରେ କିଛି କିଛି ନିୟମ ତିଆରି ହୋଇଛି ଯାହାକି ପୁରୁଷ ମାନଙ୍କୁ ପ୍ରାଧାନ୍ୟ ଦିଆଯାଏ । କିନ୍ତୁ ସଂଘମିତ୍ରା ସେ ଦୃଷ୍ଟିରୁ ବ୍ୟତିକ୍ରମ । ଦୀର୍ଘ ବର୍ଷର ବୈବାହିକ ଜୀବନର ବିଚ୍ଛେଦ ଘଟେ । କିନ୍ତୁ ସଂଘମିତ୍ରା ଭାଂଗି ନପଡି ମନକୁ ଟାଣ କରନ୍ତି । ଆଉ ପଛକୁ ଫେରି ନଚାହିଁ ଆଗକୁ ମାଡି ଚାଲନ୍ତି । ନିଜର ଏକ ଟୁର୍ କଂପାନୀ କରି , ନିଜ ସଫଳତାର କାହାଣୀ ନିଜେ ଲେଖନ୍ତି । ବର୍ତମାନ ସେ ଜଣେ ସଫଳ ମହିଳା । ଆସନ୍ତୁ ଅପରାଜିତାର ଏହି ଏପିସୋଡରେ ଦେଖିବା ନଜମା ଓ ସଂଘମିତ୍ରାଙ୍କ ଭଳି ଅପରାଜିତାଙ୍କ ସଂଘର୍ଷର ସଫଳ କାହାଣୀ ।