ଆପଣଙ୍କ ସ୍ମାର୍ଟଫୋନ୍ ସ୍ଲୋ ହେଉଛି କି ? କରନ୍ତୁ କିଛି ସରଳ ଉପାୟ . . .

64

ଆଜିକାଲି ସମସ୍ତଙ୍କ ହାତରେ ଆଣ୍ଡ୍ରଏଡ଼୍ ସ୍ମାର୍ଟଫୋନ୍ । ପିଲା ଠାରୁ ବୁଢ଼ା ଯାଏ ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ଆଉ ସ୍ମାର୍ଟଫୋନ୍ ବ୍ୟବହାରରେ ସମସ୍ତେ ଅଭ୍ୟସ୍ତ ମଧ୍ୟ । ତେବେ ସ୍ମାର୍ଟଫୋନ ବ୍ୟବହାର ସମୟରେ ଫୋନ୍ ସ୍ଲୋ ହେବା କଥା ସମସ୍ତେ ଅଳ୍ପ ବହୁତ ଅନୁଭବ କରିଥିବେ । ତେବେ ଏହି ଅନୁଭବ ବହୁତ ବରକ୍ତିକର । କିଛି ଗୁରୁତ୍ୱପୂର୍ଣ୍ଣ କାମ ସମୟରେ ହଠାତ୍ ଫୋନ୍ ସ୍ଲୋ ହେବା ଓ ଅଟକି ଅଟକି ଚାଲିବା ଭାରି ବିରକ୍ତକର ଲାଗେ । ଏପରିସ୍ଥଳେ ଆପଣ ଚିନ୍ତିତି ହୋଇଯାଆନ୍ତି । କିନ୍ତୁ ଆପଣ ଚାହିଁଲେ ଫୋନ୍ ଆଉ ସ୍ଲୋ ହେବ ନାହିଁ । ତେବେ ଜାଣନ୍ତୁ ଫୋନ ସ୍ଲୋ ହେବାରୁ ବଞ୍ଚିବା ପାଇଁ କରିବେ କ’ଣ ?

– ଅନେକ ଲୋକ ଫୋନର ହୋମସ୍କ୍ରିନରେ ବହୁତ ସାରା ଆପ୍ ରଖିଥାଆନ୍ତି । ଯାହାଦ୍ୱାରା ଫୋନ୍ ହେଭି ହୋଇଯାଏ । ହୋମ ସ୍କ୍ରିନକୁ ଯଥାସମ୍ଭବ ଖୋଲା ରଖନ୍ତୁ । ଏହାସହ ଲାଇଭ ୱାଲପେପର ବ୍ୟବହାର କରୁନ୍ତି ।

– ଯଦି ଅପାଣଙ୍କ ଫୋନରେ ଷ୍ଟୋରେଜ୍ ଓ ରାମ କମ ଅଛି, ତେବେ ଫାଇଲ୍ସ ଗୋ ଆପର ବ୍ୟବହାର କରି ନିଜ ଫୋନର ଜଙ୍କ୍ ଫାଇଲକୁ ହଟାଇ ପାରିବେ ଓ ଫୋନକୁ ଫାଷ୍ଟ କରିପାରିବେ । ଏହି ଆପ୍ ବହୁତ ସମୟ ଧରି ବ୍ୟବହାର ହେଉନଥିବା ଆପକୁ ହଟାଇବାରେ ସାହାଯ୍ୟ କରିବ ।

– ଆଣ୍ଡ୍ରଏଡ଼୍ ଫୋନରେ ଗୁଗୁଲର ଅନେକ ଆପ୍ ଥାଏ । ଯାହାର କୌଣସିି ଆବଶ୍ୟକତା ନଥାଏ । ଯେପରି ଗୁଗଲ ମୁଭି, ଗୁଗଲ ମ୍ୟଜିିକ୍, Play Newsstand, Google News & Weather, Google keep, Google Duo। ଆଦି । ଏଥିରୁ ଯାହା ଆବଶ୍ୟକ ନାହିଁ, ସେଗୁଡ଼ିକୁ ଆପଣ ଅନ ଇନଷ୍ଟୋଲ କରିଦିଅନ୍ତୁ ।

– ପ୍ରଥମେ ଫେସବୁକ୍ ଓ ମେସେଞ୍ଜର ଲାଇଟ୍ ଆପ୍ ଥିଲା ,କିନ୍ତୁ ବତ୍ତର୍ମାନ ଗୁଗଲ ଅନେକ ଲାଇଟ୍ ଆପ୍ ଉପସ୍ଥାପନ କରିଛି । ଲାଇଟ୍ ଆପ୍ ଗୁଡ଼ିକ ବହୁତ କମ ଷ୍ଟୋରେଜ ବ୍ୟବହାର କରେ । ଆପଣ ୟୁଟ୍ୟୁବ୍ ଲାଇଟ୍ , ସ୍କାଇପ୍ ଲାଇଟ୍ , ଲିଙ୍କଡ଼ଇନ୍ ଲାଇଟ୍ ବ୍ୟବହାର କରିପାରିବେ ।

– ସବୁବଳେ ଫୋନର ଅପଡ଼େଟ୍ ଚେକ୍ କରନ୍ତୁ । ଅପଡ଼େଟ୍ ହେବା ପରେ ଫୋନର ଅନେମ ସମସ୍ୟା ଦୂର ହୋଇଯାଏ ।

– ଅନେକ ଥର ବ୍ଲୁ ଟୁଥରେ କିଛି ସେୟାର କରିବା ପରେ ତାକୁ ବନ୍ଦ କରିବା ପାଇଁ ଆମେ ଭୁଲି ଯାଆନ୍ତି । ଏଥୀପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।