ପାରଳା ରାଜାଙ୍କ ମ୍ୟାନେଜରଙ୍କ ଘର ସାମ୍ନାରେ ଭିଡ : ବନ୍ଦ ଘରୁ ଦୁର୍ଗନ୍ଧ ଆସୁଥିବା ଚର୍ଚ୍ଚା

27

ପାରଳା ମହାରାଜାଙ୍କ ମ୍ୟାନେଜରଙ୍କ ଘର ଆଗରେ ଭିଡ। ବନ୍ଦ ଘର ଭିତରୁ ଦୁର୍ଗନ୍ଧ ଆସୁଥିବାରୁ କିଛି ଅଘଟଣ ଘଟିଥିବା ନେଇ ଆଶଙ୍କା କରାଯାଉଛି । ଜଙ୍ଗମ ସାହିରେ ଥିବା ମ୍ୟାନେଜରଙ୍କ ଘର ତିନିଦିନ ହେଲା ବନ୍ଦ ରହିଛି। ଏହି ଖବର ପାଇବା ପରେ ମ୍ୟାନେଜରଙ୍କ ଘର ଆଗରେ ପହଂଚିଛି ପୋଲିସ । ରାଜାଙ୍କ ସଂପତି ହଡପ ନେଇ ଚର୍ଚ୍ଚାରେ ଥିଲେ ମ୍ୟାନେଜର ଅନଙ୍ଗ ମଞ୍ଜରୀ। ତେଣୁ ଘର ଭିତରେ କେହି ଆତ୍ମହତ୍ୟା କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଖୋଲାଯିବ ବୋଲି ଜଣାପଡିଛି । ମହାରାଜା ଗୋପୀନାଥ ଗଜପତିଙ୍କ ମ୍ୟାନେଜରଙ୍କ ସମେତ ପାଖରେ ରହୁଥିବା କିଛି ବ୍ୟକ୍ତି ତାଙ୍କ ସଂପତି ଲୋଭରେ ନଜରବନ୍ଦ କରି ରଖିଥିବା ଖବର ଜଣାପଡିଥିଲା । ତାଙ୍କୁ ଏକୁଟିଆ ପ୍ରାସାଦ ଭିତରେ ବନ୍ଦ କରି ରଖାଯିବା ସହ ଚିକିତ୍ସା କରାଯାଉନଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଥିଲା।