ରାଗିଗଲେ କଣ କରନ୍ତି ବିଗ୍ ବି ! ଅମିତାଭଙ୍କ ମେକଅପ୍ ମ୍ୟାନ୍ କଲେ ଖୁଲାସା

74

ଆଉ ତିନି ଦିନ ପରେ ୭୫ ବର୍ଷରେ ପାଦ ଦେବେ ବଲିଉଡ୍ ଶେହେନସା ଅମିତାଭ୍ ବଚ୍ଚନ । ନିଜର ଜୀବନ୍ତ ଅଭିନୟ ଏବଂ ବଳିଷ୍ଠ ବ୍ୟକ୍ତିତ୍ୱ ପାଇଁ ସାରା ଦେଶରେ ବିଗ୍ ବିଙ୍କ ଲକ୍ଷ ଲକ୍ଷ ପ୍ରଶଂସକ । ବଲିଉଡର ଏହି ମହାନାୟକଙ୍କ ବିଷୟରେ ଯେତେ କହିଲେ ବି କମ୍ ପଡିବ । ତେବେ ଆଜି ଆମେ ତାଙ୍କ ବିଷୟରେ ଏଭଳି କିଛି ଅଜଣା କଥା ଜଣାଇବୁ ଯାହା ଆପଣ ପୂର୍ବରୁ କେବେ ଶୁଣିନଥିବେ । ଆଉ ଏହି କଥା ନିଜେ ବିଗ୍ ବିଙ୍କ ମେକ୍ ମ୍ୟାନ୍ ଦୀପକ୍ ସାୱନ୍ତ ଖୁଲାସା କରିଛନ୍ତି ।

ଅମିତାଭ୍ ଏବଂ ଦୀପକଙ୍କ ଯୋଡି ସିନେମା ‘ଜଞ୍ଜିର୍’ରୁ ଆରମ୍ଭ ହୋଇଥିଲା । ବିଗତ ୩୮ ବର୍ଷର ସଂପର୍କରେ ଅମିତାଭଙ୍କ ସଫଳତା ଏବଂ ବିଫଳତାକୁ ବଂଚିଛନ୍ତି ଦୀପକ । ଅମିତାଭ ତାଙ୍କୁ ନିଜ ପରିବାର ସଦସ୍ୟ ଭାବରେ ଦେଖନ୍ତି ବୋଲି କହିଛନ୍ତି ଦୀପକ । ଯେଉଁ ବ୍ୟକ୍ତି ତାଙ୍କର ଅନ୍ ସ୍କ୍ରିନ୍ ଲୁକକୁ ସବୁବେଳେ ଖାସ୍ ବନାଇଥାନ୍ତିି ସେ ତାଙ୍କ ପାଇଁ ମଧ୍ୟ ଖୁବ୍ ସ୍ୱତନ୍ତ୍ର ବୋଲି କୁହନ୍ତି ଅମିତାଭ୍ ।

ତେବେ ଅମିତାଭଙ୍କ ଦୀର୍ଘ ଦିନର ସାଥୀ ତଥା ମେକ୍ ଅପ୍ ମ୍ୟାନ୍ ଦୀପକ ତାଙ୍କ ବିଷୟରେ ଅନେକ ଅଜଣା କଥା ଖୁଲାସା କରିଛନ୍ତି । ଖାସ୍ କରି ରାଗିଗଲେ କଣ କରନ୍ତି ବିଗ୍ ବି । ଦୀପକଙ୍କ କହିବା ଅନୁଯାୟୀ, ଯେତେବେଳେ ବିଗ୍ ବି କାହା ଉପରେ ରାଗନ୍ତି ତେବେ ତାଙ୍କ ସହ କଥା ହେବା ବନ୍ଦ କରିଦିଅନ୍ତି । ଆଉ ଏପରି ବ୍ୟବହାର ଦେଖିଲେ ସମସ୍ତେ ଜାଣି ପାରନ୍ତି ଯେ ଅମିତାଭ୍ ତାଙ୍କ ଉପରେ ରାଗିଛନ୍ତି । ଆଉ ଆମେ ମନେପକାଇବାକୁ ଚେଷ୍ଟା କରୁ ଆମେ କେଉଁ ଭୁଲ୍ କରିଛୁ ଏବଂ ଭବିଷ୍ୟତରେ ତାକୁ ନଦୋହରାଇବାକୁ ଚେଷ୍ଟା କରିଥାଉ ।

କେବଳ ସେତିକି ନୁହେଁ ଦୀପକ ଆହୁରୀ ମଧ୍ୟ କହିଛନ୍ତି ଅମିତାଭ୍ ଖୁବ୍ ସମାୟନୁବର୍ତ୍ତି । ସୁଟିଂ ଆରମ୍ଭ ହେବାର ଯଥେଷ୍ଟ ସମୟ ପୁର୍ବରୁ ସେଟରେ ପହଂଚିଯାଇଥାନ୍ତି । ଯେହେତୁ ସେଟର ବାକି ସଦସ୍ୟ ତାଙ୍କ ପରି ନୁହଁନ୍ତି ତେଣୁ ସେମାନେ ବିଳମ୍ବରେ ଆସିଥାନ୍ତି । ଆଉ ଯେତେବେଳେ ବିଗ୍ ବିଙ୍କୁ ଜଣା ପଡେ ଅନ୍ୟମାନେ ବିଳମ୍ବରେ ଆସିବେ ସେତେବେଳେ ସେ ସୁଟିଂ ସେଟରେ ଲାଗିଥିବା ଗଛ ମାନଙ୍କରେ ପାଣି ଦିଅନ୍ତି । ତେବେ ଗତ ୩୮ ବର୍ଷରେ ଅମିତାଭ୍ କେବେ କାହା ଉପରେ ଚିଲ୍ଲାଇଥିବାର ଦେଖି ନଥିବା କହିଛନ୍ତି ଦୀପକ ।