ଉଚ୍ଚତା ବଢ଼ିବା ପାଇଁ ଆପଣଙ୍କ ପିଲାଙ୍କୁ କ’ଣ ଖାଇବା ପାଇଁ ଦେବେ ? ଜାଣନ୍ତୁ . . .

117

ପ୍ରାୟତଃ ଦେଖାଯାଏ ମା’ବାପା ପିଲାଙ୍କ ଉଚ୍ଚତା ନେଇ ଚିନ୍ତିତ ଥାଆନ୍ତି । ଏଥିପାଇଁ ଅନେକ ଉପାୟ ମଧ୍ୟ କରନ୍ତି । ତେବେ ଉଚ୍ଚତା ଶିଶୁର ଜିନ୍ ଉପରେ ନିର୍ଭର କରେ । କିନ୍ତୁ ଏ ମାମଲାରେ ବେଳେବେଳ ଦେଖାଯାଏ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ମଧ୍ୟ ଶିଶୁଙ୍କ ଉଚ୍ଚତା ବଢ଼ିନଥାଏ । ଯଦି ଆପଣଙ୍କ ଶିଶୁ ମଧ୍ୟ ଏପରି ସମସ୍ୟା ଭୋଗୁଛନ୍ତି ତେବେ ଆଜି ଠାରୁ ନିମ୍ନରେ ଦିଆଯାଇଥିବା ଖାଦ୍ୟ ଖୁଆଇବା ଆରମ୍ଭ କରିଦିଅନ୍ତୁ ।

ଅଣ୍ଡା – ଅଣ୍ଡାରେ ପ୍ରଚୁର ପରିମାଣରେ ପ୍ରାଟିନ ଥାଏ । ଅଣ୍ଡା ଶରୀରର ବିକାଶ ପାଇଁ ବହୁତ ଲାଭଦାୟକ । ନିଜboiled-eggs ଶିଶୁକୁ ପ୍ରତିଦିନ ଗୋଟିଏ ଅଣ୍ଡା ନିଶ୍ଚିତ ରୂପେ ଖାଇବା ପାଇଁ ଦିଅନ୍ତୁ ।

ସୋୟାବିନ୍ – ସୋୟାବିନ ଖାଇବା ଦ୍ୱାରା ହାଡ଼ ଓ ମାଂସପେଶୀ ମଜଭୁତ୍ ହୁଏ । ଏଥିରେ ମଧ୍ୟ ଭରପୁର ମାତ୍ରାରେ ପ୍ରୋଟିନ୍ ମିଳେ, ଯାହା ଶରୀରର ବିକାଶ କରିବାରେ ସାହାଯ୍ୟ କରେ । ସୋୟବିନକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ଉଚିତ୍ ।

ଚିକେନ୍ – ଆପଣଙ୍କ ଶିଶୁ ପ୍ରତିଦିନ ଚିକେନ୍ ଖାଇବା ଏତେ ଜରୁରୀ ନୁହେଁ । ତଥାପି ଯଦି ସେ ଚିକେନ୍ ଖାଉଛି ତେବ ତା’ର ଆହରରେ ଏହାକୁ ନିଶ୍ଚିତ ସାମିଲ କରନ୍ତୁ । କାରଣ ଚିକେନ୍ , ପ୍ରୋଟିନର ଏକ ଭଲ ସ୍ରୋତ ।

କ୍ଷୀର – କ୍ଷୀରରେ କ୍ୟାଲସିୟମର ମାତ୍ରା ଭରପୁର ଥାଏ । ଏହା ଆପଣଙ୍କ ଶିଶୁ ପାଇଁ ମହତ୍ୱପୂର୍ଣ୍ଣ । ପ୍ରତିଦିନ ଏକ ଗ୍ଲାସ୍ କ୍ଷୀର ପିଆଇବା ଦ୍ୱାରା ଶିଶୁର ଉଚ୍ଚତା ନିଶ୍ଚିତ ବଢ଼ିବ ।

ପାଳଙ୍ଗ – ପାଳଙ୍ଗ ଶାଗରେ ଆଇରନର ମାତ୍ରା ପ୍ରଚୁର ପରିମାଣରେ ଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ଶିଶୁର ଉଚ୍ଚତା ନିଶ୍ଚିତ ବଢ଼ିବ । ପାଳଙ୍ଗ ଶାଗ ଶରୀରକୁ ଭରପୁର ଶକ୍ତି ମଧ୍ୟ ଯୋଗାଇଥାଏ ।

ଓଟମିଲ୍ –  ଓଟମିଲରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ ଏବଂ ଫ୍ୟାଟ ବିଲକୁଲ ନଥାଏ । ଏଥିପାଇଁ ଶିଶୁଙ୍କୁ ଟମିଲ ନିଶ୍ଚୟ ଖାଇବା ପାଇଁ ଦିଅନ୍ତୁ ।