ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ! କହିଲେ, ଟ୍ରିପଲ୍ ତଲାକ୍ ଅସାମ୍ବିଧାନିକ

50

କନକ ବ୍ୟୁରୋ : ଟ୍ରିପଲ୍ ତଲାକ୍ ଅସାମ୍ବିଧାନିକ । ଆଜି ଏପରି ଗୁରୁତ୍ୱପୂର୍ଣ ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ତିନି ଥର ତଲାକ୍ କହି ଛାଡପତ୍ର ଦେବା ଅସାମ୍ବିଧାନିକ ଏବଂ ଏହା ମୁସଲିମ୍ ମହିଳାଙ୍କ ଅଧିକାରର ଉଲଂଘନ ବୋଲି କହିଛନ୍ତି ହାଇକୋର୍ଟ ।high-court

ଜୟପୁରର ଜଣେ ମହିଳାଙ୍କ ଆବେଦନର ଶୁଣାଣି କରି ଏପରି ରାୟ ଶୁଣାଇଛନ୍ତି କୋର୍ଟ । ଜୟପୁରର ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ସ୍ପିଡ୍ ପୋଷ୍ଟ ଜରିଆରେ ତଲାକ୍ ଦେଇଥିଲେ । ଏହା ବିରୋଧରେ ସଂପୃକ୍ତ ମହିଳା ଅଦାଲତର ଦ୍ୱାରସ୍ଥ ହେବା ପରେ ମାମଲାର ଶୁଣାଣି କରିଛନ୍ତି ଆହ୍ଲାବାଦ ହାଇକୋର୍ଟ ।

କୌଣସି ସଂପ୍ରଦାୟର ପର୍ସନାଲ୍ ଲ’ ବୋର୍ଡ ସମ୍ବିଧାନ ଉପରେ ନୁହଁନ୍ତି । ଭାରତୀୟ ସମ୍ବିଧାନ ଦେଇଥିବା ବ୍ୟକ୍ତି ଅଧିକାରକୁ କୌଣସି ଲ’ବୋର୍ଡ କ୍ଷୁର୍ଣ କରି ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ତେବେ ଏଭଳି ଏକ ମାମଲା ସୁପ୍ରିମକୋର୍ଟରେ ମଧ୍ୟ ବିଚାରଧିନ ରହିଛି ।

ଫେସବୁକ୍, ସ୍କାଇପ୍ ଓ ହ୍ୱାଟସଆପ୍ ମାଧ୍ୟମରେ ଅନେକ ମୁସଲିମ୍ ମହିଳା ତଲାକର ଶିକାର ହେଉଥିବାରୁ ଏହା ବିରୋଧରେ ସର୍ବୋଚ୍ଚ ଅଦାଲତରେ ଆବେଦନ ହୋଇଥିଲା । ଅପର ପକ୍ଷେ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏ ସଂପର୍କରେ କେନ୍ଦ୍ର ସରକାରଙ୍କ ମତ ମାଗିଛନ୍ତି ସୁପ୍ରିମକୋର୍ଟ ।

ମୁସଲିମ୍ ଲ’ ବୋର୍ଡର ନିୟମରେ ହସ୍ତକ୍ଷେପ କରିବା ସଂପୃକ୍ତ ସଂପ୍ରଦାୟର ମୌଳିକ ଅଧିକାରର ଉଲ୍ଲଘଂନ ହେବ କି ନାହିଁ ସେ ସଂପର୍କରେ କେନ୍ଦ୍ରର ମତାମତ ଲୋଡିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।