ରିିୟଲ ଲାଇଫରେ ଟ୍ରାଫିକ ପୋଲିସ ସାଜିଲେ ଅକ୍ଷୟ କୁମାର ! କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

42

ରାସ୍ତାକୁ ଓହ୍ଳାଇଲେ ବଲିଉଡ଼ର ଫିଟେଷ୍ଟ ଆଣ୍ଡ ହ୍ୟାଣ୍ଡସମ ହଙ୍କ ଅକ୍ଷୟ କୁମାର । ହାତରେ କୋର୍ଡ଼ଲେସ ଫୋନ ଓ ଦେହରେ ମୁମ୍ବାଇ ଟ୍ରାଫିକ ପୋଲିସ ପୋଷାକ । ଆଉ ପୂରା ଦବଙ୍ଗ ଷ୍ଟାଇଲରେ ଚଷମା ଲଗାଇ ଲୋକଙ୍କୁ ସଡ଼କ ସୁରକ୍ଷାର ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ମୁମ୍ବାଇ ସଡ଼କକୁ ଓହ୍ଲାଇଛନ୍ତି ଅକ୍ଷୟ । ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ସର୍ବଦା ଆଗେଇ ଆସିଥାନ୍ତି ଅକ୍ଷୟ । ଆଉ ଏହି କ୍ରମରେ ଏବେ ସଡ଼କ ସୁରକ୍ଷା ଆନ୍ଦୋଳନରେ ନିଜକୁ ସାମିଲ କରିଛନ୍ତି ବଲିଉଡ଼ର ଏହି ଷ୍ଟାର । ସୋସିଆଲ ମିଡ଼ିଆରେ ନିଜେ ଅକ୍ଷୟ ଏ ବାବଦରେ ସୂଚନା ଦେଇଛନ୍ତି ।

ସୋସିଆଲ ମିଡ଼ିଆରେ ସେୟାର କରାଯାଇଥିବା ଫଟୋରେ ଅକ୍ଷୟ କୁମାର ମୁମ୍ବାଇର କିଛି ଟ୍ରାଫିକ ପୋଲିସଙ୍କ ସହ ନଜରକୁ ଆସିଛନ୍ତି । ଏପରିକି ନିଜେ ଅକ୍ଷୟ ଟ୍ରାଫିକ ପୋଲିସ ଡ଼୍ରେସରେ ଅନ୍ୟ କର୍ମଚାରୀଙ୍କୁ କିଛି କହୁଥିବାର ନଜର ଆସିଛନ୍ତି । ସବୁଠୁ ବଡ଼ କଥା ହେଲା, ଅକ୍ଷୟ ଏହି ଫଟୋ ସହ ନିଜ ଟ୍ୱିଟର ପେଜରେ ଲେଖିଛନ୍ତି ଯେ, ସଡ଼କ ପରିବହନ ମନ୍ତ୍ରାଳୟ ତାଙ୍କୁ ସଡ଼କ ସୁରକ୍ଷା ଆନ୍ଦୋଳନରେ ସାମିଲ କରିବା ତାଙ୍କ ପାଇଁ ଏକ ସମ୍ମାନଜନକ କଥା । ଏହି କ୍ୟାମ୍ପେନ ଦ୍ୱାରା ଯାତାୟତ ଓ ସଡ଼କ ସୁରକ୍ଷା ପ୍ରତି ଲୋକଙ୍କର ଥିବା ଆଭିମୁଖ୍ୟରେ ପରିବର୍ତନ ଆସିବ । ଏହାସହ ଏଭଳି ସଚେତନତା ଲୋକଙ୍କୁ ଜୀବନ ବଞ୍ଚାଇବାରେ ସକ୍ଷମ ହେବ ବୋଲି ଅକ୍ଷୟ କହିଛନ୍ତି ।

ଏହା ପ୍ରଥମ ଥର ନୁହେଁ ଯେବେ ଅକ୍ଷୟ ସଡ଼କ ସୁରକ୍ଷା କ୍ୟାମ୍ପେନରେ ନିଜକୁ ସାମିଲ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଅକ୍ଷୟଙ୍କୁ ମୁମ୍ବାଇ ପୁଲିସ ପକ୍ଷରୁ ହେଉଥିବା ସଡ଼କ ସୁରକ୍ଷା ଅଭିଯାନରେ ଦେଖିବାକୁ ମିଳିଛି । ଏହାଛଡ଼ା ଅନେକ ସମୟରେ ସ୍ୱଚ୍ଛତା କ୍ଷେତ୍ରରେ ସଚେତନତା ସୃଷ୍ଟି କରିବାକୁ ଅକ୍ଷୟ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଅକ୍ଷୟ ବିଭିନ୍ନ ଫିଲ୍ମରେ ମଧ୍ୟ ସଚେତନତା ବାର୍ତା ଦେଇଥାନ୍ତି । ଏହାର ଝଲକ ଟଏଲେଟ, ପ୍ୟାଡ଼ମ୍ୟାନ ଭଳି ଫିଲ୍ମରେ ଦେଖିବାକୁ ମିଳିଛି । ଅକ୍ଷୟଙ୍କୁ ନେଇ ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏକ ଟୁଇଟ୍ ହୋଇଛି। ସେଥିରେ ଲେଖାଯାଇଛି ଯେ ସଡ଼କ ସୁରକ୍ଷା ସକାଶେ ମିଷ୍ଟର ଅକ୍ଷୟଙ୍କ ପ୍ରୟାସ ପ୍ରଶଂସନୀୟ। ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’। ଚାଲନ୍ତୁ ଏଥର ଟ୍ରାଫିକ୍ ମାନି ଚଳିବା।