ବିଗ୍ ବିଙ୍କ ଘର ଛାଡିବେ ବୋହୂ ଐଶ୍ୱର୍ଯ୍ୟା! ଜାଣନ୍ତୁ କଣ ରହିଛି କାରଣ

51
ଖୁବଶୀଘ୍ର ଅଭିଷେକ ବଚ୍ଚନ ଓ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜ ଘର ‘ଜଲସା’ ଛାଡି ଅନ୍ୟ ଏକ ଆପାର୍ଟମେଣ୍ଟକୁ ସିଫ୍ଟ ହେବାକୁ ଚାହୁଁଛନ୍ତି ବୋଲି ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଲୋକ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ଏହି ସେଲିବ୍ରିଟି କପଲ ପିତା ଅମିତାଭ ଓ  ମା ଜୟା ବଚ୍ଚନଙ୍କ ସହିତ ଜଲସାରେ ରହୁଛନ୍ତି । କିନ୍ତୁ ଲଗାତାର କିଛି ଦିନ ହେଲା ଶୁଣିବାକୁ ମିଳୁଛି ଯେ, ଖୁବଶୀଘ୍ର ଏମାନେ ଜଲସା ଛାଡି ନୂଆ ଫ୍ଲାଟକୁ ସିଫ୍ଟ ହେବାକୁ ଯାଉଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ଏବେ ଏହା ଏକ ମୁଖ୍ୟ ଗସିପ ପାଲଟିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କ’ଣ ସତରେ ଅଭିଷେକ ନିଜ ବାପା ମା ଙ୍କୁ ଛାଡି ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ସହିତ ନୂଆ ଫ୍ଲାଟକୁ ସିପ୍ଟ ହୋଇଯିବେ ? ନୂଆ ଘରକୁ ସିପ୍ଟ ହେବାର କାରଣ ବୋହୂ ଐଶ୍ୱର୍ଯ୍ୟା ଏବଂ ଶାଶୁ ଜୟା ବଚ୍ଚନଙ୍କ ଖରାପ ସମ୍ପର୍କ ନୂହେଁ ତ ?
amitabh-bachchan-aaradhya1ତେବେ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ବର୍ତ୍ତମାନ ଅଭିଷେକ ବଚ୍ଚନ ନିଜ ପରିବାରକୁ ଛାଡି କେଉଁଠିକୁ ବି ସିପ୍ଟ ହେବେ ନାହିଁ । ଜଲସା ଛାଡି ଅନ୍ୟତ୍ର କେଉଁଆଡେ ଯିବାର କୌଣସି ଖବର ନାହିଁ । ଏହାର ଏକ ବଡ କାରଣ ଏହା କି ଅଭିଷେକ ବଚ୍ଚନ ନିଜ ବାପା ମାଙ୍କୁ ଛାଡି ଅଲଗା ରହିପାରିବେ ନାହିଁ । କେବଳ ଏହି କାରଣ ପାଇଁ  କରିଶ୍ମାଙ୍କ ସହିତ ଅଭିଷେକଙ୍କର ବିବାହ ଭାଙ୍ଗିଥିଲା ବୋଲି ବଲିଉଡ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହୋଇଥିଲା । କାରଣ କରିଶ୍ମା ଚାହୁଁଥିଲେ ବାହାଘର ପରେ ଅଭିଷେକ ତାଙ୍କ ସହ ପରିବାର ଠାରୁ ଅଲଗା ହୋଇ ରୁହନ୍ତୁ । ଯାହା ଅଭିଷେକ ଆଦୌ ଚାହୁଁନଥିଲେ । ତେଣୁ କରିଶ୍ମାଙ୍କ ସହ ତାଙ୍କ ସର୍ମ୍ପକ ଅଧିକ ଦିନ ତିଷ୍ଠି ନଥିଲା ।
ଅଭିଷେକ ନିଜ ବାପା ମାଙ୍କୁ ଅଧିକ ଭଲ ପାଇବା ସହିତ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ସବୁବେଳେ ତାଙ୍କ ପାଖରେ ରୁହନ୍ତୁ ବୋଲି ଚାହାଁନ୍ତି । ତେବେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ମୁମ୍ବାଇରେ ୨୧କୋଟି ବ୍ୟୟରେ ଏକ ବିଳାସପୂର୍ଣ୍ଣ ଫ୍ଲାଟ କିଣିଛନ୍ତି ଯାହା ୫୫୦୦ ବର୍ଗ ଫୁଟରେ ନିର୍ମାଣ କରାଯାଇଛି । ଏହି ଫ୍ଲାଟ କିଣିବା ପରେ ଅଭିଷେକ ଓ ଐଶ୍ୱର୍ଯ୍ୟା ଖୁବଶୀଘ୍ର ଜଲସା ଛାଡି ଅଲଗା ରହିବେ ବୋଲି ଚର୍ଚ୍ଚା ହୋଇଥିଲା ।