ଭାଇରାଲ ଭିଡିଓକୁ ନେଇ ଜାରି ହେଲା ଆଡଭାଇଜାରୀ । ସଚେତନତା ସୃଷ୍ଟି କରିବା ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କ ଆହ୍ୱାନ

26

କନକ ବ୍ୟୁରୋ : ଭାଇରାଲ ଭିଡିଓ ନେଇ ଆଜି ଆଡଭାଇଜରୀ ଜାରି କରିଛନ୍ତି ଡିଜିପି । ସବୁ ଜିଲ୍ଲାର ଏସପିଙ୍କୁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଏଥିରେ କୁହାଯାଇଛି ଭାଇରାଲ ଭିଡିଓ କରିବା ବେଆଇନ । ଏହାକୁ ରୋକିବା ପୋଲିସର ଦାୟିତ୍ୱ । ଭାଇରାଲ ଭିଡିଓ କଲେ ୫ରୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ । ଏଥିପାଇଁ ସଚେତନତା ଜାରି କରିବାକୁ ଆହ୍ୱାନ ଦେଇଛନ୍ତି ଡିଜିପି ।

ଭୁବନେଶ୍ୱରରେ ସାଇବର ଫରେନସିକ ଲାବୋରେଟାରୀ ଉଦଘାଟନ କରି ଏହା କହିଛନ୍ତି ଡିଜିପି ଆର.ପି ଶର୍ମା । ରସୁଲଗଡରେ ଏହି ଲାବୋରଟାରୀ ଉଦଘାଟିତ ହୋଇଛି । ଏହା ସାଇବର କ୍ରାଇମ ଓ ଭାଇରାଲ ଭିଡିଓର ତଦନ୍ତରେ ସହାୟକ ହେବ । ପୂର୍ବରୁ ଏହି ତଦନ୍ତ ପାଇଁ ପୋଲିସକୁ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା ।