ରକ୍ତ ରଂଜିତ ହେଲା ବଲାଙ୍ଗିରର ଖଇରଗୁଡା ଶୁଳିଆ ପୀଠ । ପ୍ରଶାସନର ଉଦ୍ୟମ ଫେଲ । ଶୁଳିଆ ଯାତ୍ରାରେ ଦିଆଗଲା ଶହ ଶହ ପଶୁପକ୍ଷୀ ବଳି । ଆଠ ପ୍ଲାଟୁନ ଫୋର୍ସ ମୁତୟନ

46

କନକ ବ୍ୟୁରୋ : ଆଜି ପୁଣି ରକ୍ତରଞ୍ଜିତ ହେଲା ଶୂଲିଆ ପୀଠ । ପୁଣି ପଡିଲା ଶହ ଶହ ନୀରିହ ପଶୁଙ୍କ ବଳି । ଜିଲ୍ଲା ପ୍ରଶାସନ, ଶୂଲିଆ ସଂସ୍କାର ମଂଚ ତଥା ବଳି ବିପକ୍ଷବାଦୀଙ୍କ ସବୁ ପ୍ରଚେଷ୍ଟା ପୁଣି ଫେଲ ମାରିଛି । ପୂର୍ବ ବର୍ଷ ଭଳି ଆଜି ବି ଶୁଳିଆ ପୀଠରେ ବଳି ପଡିଛି । ବଲାଙ୍ଗିରର ମୁଖ୍ୟ ଶୁଲିଆ ପୀଠ ଖଇରଗୁଡା ଠାରେ ବଲାଙ୍ଗିର ଆଦିବାସୀ ସଂଘର ନେତୃତ୍ୱରେ ଶୂଲିଆ ଯାତ୍ରା ଅନୁଷ୍ଠିତ ହୋଇଛି ।

ଯେଉଁଥିରେ ଆଦିବାସୀ ସଂଘର କର୍ମକର୍ତା, ସବୁ ପୂଜକ ତଥା ଶତାଧିକ ଗ୍ରାମବାସୀଙ୍କ ଉପସ୍ଥିତିରେ ଶୂଲିଆ ଯାତ୍ରା ହୋଇଛି । ସବୁ ଶୂଳିଆ ପୀଠରେ ଆଦିବାସୀ ପରମ୍ପରା ଓ ରୀତି ନୀତି ଅନୁସାରେ ପୂଜା ହେବା ସହ ପଶୁ ପକ୍ଷୀଙ୍କୁ ବଳି ଦିଆଯାଇଛି । ଆଦିବାସୀଙ୍କ ପରମ୍ପରା ଆଗରେ ଏଥର ବି ହାତ ଟେକି ଦେଇଛି ଜିଲ୍ଲା ପ୍ରଶାସନ । ତେବେ ସୁରକ୍ଷା ଦୃଷ୍ଟିରୁ ୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।