ସଲମାନଙ୍କ ବିବାହକୁ ନେଇ ପୁଣି ଥରେ ଚର୍ଚ୍ଚା ! ଜାଣନ୍ତୁ, ଆଗାମୀ ଦୁଇ ବର୍ଷ ଭିତରେ ବିବାହ କରିବେକି ଭାଇଜାନ୍ ?

39

ଭାଇଜାନ ସଲମାନ ଖାନଙ୍କ ଜୀନରେ ଅନେକ ନାୟିକା ଆସିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଦବଙ୍ଗ ଖାନଙ୍କ ବିବାହ କରି ନାହାନ୍ତି । ତେବେ ସଲମାନଙ୍କ ବିବାହକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ଅନେକ ସାକ୍ଷାତକାରରେ ସଲମାନ ସ୍ୱୀକାର କରିଛନ୍ତି ଯେ ବିବାହ ନେଇ ତାଙ୍କର ଆଦୌ ଇଚ୍ଛା ନାହିଁ । ତେବେ ତା୍କ ମା’ କିନ୍ତୁ ଆଶା ଛାଡିନାହାନ୍ତି । ଏଇ କିଛିଦିନ ତଳେ ସଲମାନଙ୍କ ପରିବାରର ଟ୍ୟାରୋକାର୍ଡ ପଡୁଥିବା ମୁନିଷା ଖଟବାନି ଗଣମାଧ୍ୟମ ସମ୍ମୁଖରେ ନିଜ ମୁହଁ ଖୋଲିଛନ୍ତି । ନିୟମିତ ଭାବେ ସଲମାନଙ୍କ ମା’ ତାଙ୍କ ସହ ଯୋଗାଯୋଗ କରନ୍ତି ବୋଲି ଶୁଣାଯାଉଛି ।

ମୁନିଷାଙ୍କ କହିବାନୁସାରେ, ସଲମାନଙ୍କ ମଙ୍ଗଳ ଦୋଷ କାରଣରୁ ହିଁ ତାଙ୍କ ବିବାହରେ ଏସବୁ ଅସୁବିଧା ଉପୁଜୁଛି । ଏହି ବର୍ଗର ଲୋକଙ୍କ ବିବାହ ଖୁବ ବିଳମ୍ବରେ ହୋଇଥାଏ । କିମ୍ବା ଅନେକ କ୍ଷେତ୍ରରେ ଏମାନେ ଅବିବାହିତ ରହିଯାନ୍ତି । ସଲମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ବ୍ୟତିକ୍ରମ ହୋଇଛି । ଆଗାମୀ ୨ ବର୍ଷ ଭିତରେ ତାଙ୍କ ବିବାହକୁ ନେଇ ସାମାନ୍ୟ ସଙ୍କେତ ଦୃଶ୍ୟମାନ ହେଉଛି । ଏହି ସମୟରେ ସେ ବିବାହ ନ କଲେ ଆଗାମୀ ଦିନରେ ପରିସ୍ଥିତି ଅଧିକ ଜଟିଳ ହୋଇପାରେ ବୋଲି କହୁଛନ୍ତି ମୁନିଷା ।