କନକ ବ୍ୟୁରୋ : ହେଲିକପ୍ଟରରେ ବସି ଫଶିଗଲି । ହେଲିକପ୍ଟରରେ ବସିବା ଯେ ଏତେ ଅସୁବିଧା ସୃଷ୍ଟି କରିବ ତାହା ଜାଣିନଥିଲି । ଓଡିଶା ଆସିବା ପୂର୍ବରୁ ଏଭଳି ସାଂଘାତିକ ବୟାନ ଦେଇଛନ୍ତି କୋର୍ଣାକ ମନ୍ଦିର ଓ ବିଧାୟକ ମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର । ଏପରିକି ଓଡିଶାର କଳା ଓ ସଂସ୍କୃତି ସର୍ମ୍ପକରେ ବିବାଦୀୟ ମନ୍ତବ୍ୟ ଦେବା ପରେ ମୋ ବୁଦ୍ଧି ଫେରି ଆସିଥିବା କହିଛନ୍ତି ଅଭିଜିତ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୋସିଆଲ ମିଡିଆରେ ମଜା ଉଦ୍ଦେଶ୍ୟରେ କୌଣସି ଟପ୍ପଣୀ ଦେବା ପୂର୍ବରୁ ହଜାର ଥର ଭାବିବା ଆବଶ୍ୟକ ବୋଲି ଏହି ୩୦ ଦିନ ମଧ୍ୟରେ ବିଦ୍ୟା ପ୍ରାପ୍ତ କରିଛି ବୋଲି କହିଛନ୍ତି ଅଭିଜିତ । ଏମିତି ଅନେକ ପ୍ରସଙ୍ଗ ରହିଛି ଯାହା ବିରୋଧରେ ମୁହଁ ଖୋଲିବା ଅନୁଚିତ ବୋଲି ସେ କହିଛନ୍ତି । ଏହାଛଡା ବୈଜୟନ୍ତଙ୍କ ସର୍ମ୍ପକରେ ୟୁ-ଟର୍ଣ୍ଣ ମାରିଛନ୍ତି ଅଭିଜିତ । ବୈଜୟନ୍ତ ପଣ୍ଡାକୁ ମୁଁ ଚିହ୍ନିନାହିଁ, ତାଙ୍କ ସହ ପୂର୍ବରୁ ମାତ୍ର ଦୁଇଥର ଭେଟ ହୋଇଛି । ସେ ମୋର କୌଣସି ବନ୍ଧୁ ନୁହଁନ୍ତି ବୋଲି କହିଛନ୍ତି ଅଭିଜିତ । ଏଭଳି କହି ବୈଜୟନ୍ତଙ୍କ ନିକଟରୁ ମୁହଁ ମୋଡି ନେଇଛନ୍ତି ଅଭିଜିତ ।
ଓଡିଶାର କଳା ସଂସ୍କୃତି ଭାରତୀୟ ଇତିହାସରେ ଏକ ଅନ୍ୟନ୍ୟ ସ୍ଥାନରେ ରହିଛି । କିନ୍ତୁ ଏହାକୁ ଲୋକମାନେ ଜାଣିନାହାନ୍ତି । ଏପରିକି ଏହା ବହିରେ ଉଲ୍ଲେଖ ନଥିବାରୁ ଏହା ବିଷୟରେ ଅଧିକ ଜାଣିବା ପାଇଁ ମୁଁ ଓ ମୋର ବନ୍ଧୁ ଓଡିଶା ଯାଇଥିଲୁ । ଓଡିଶାରେ ପହଞ୍ଚିବା ପରେ ଆମକୁ ବୁଲିବା ପାଇଁ ନିମନ୍ତ୍ରଣ ମିଳିଥିଲା । କିନ୍ତୁ ହେଲିକପ୍ଟରରେ ବୁଲିବା ଯେ ଏତେ ସମସ୍ୟା ସୃଷ୍ଟି କରିବ ତାହା କେବେ ଭାବିନଥିଲି ବୋଲି କହିଛନ୍ତି ଅଭିଜିତ ।
ଶେଷରେ ଓଡିଶାର କଳା ସଂସ୍କୃତିକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ଅନୁତାପ କରିଛନ୍ତି ଆୟାର । ସେ କହିଛନ୍ତି ଯେ, କୋର୍ଣାକ ମନ୍ଦିଣ ଓ ଓଡିଶା ସର୍ମ୍ପକରେ ଦେଇଥିବା ଟ୍ୱିଟ୍ ଯଦି କାହା ମନରେ ଆଘାତ ଦେଇଥାଏ ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ଏବଂ ଏଥିରୁ ମୋତେ ନୀତିଶିକ୍ଷା ମିଳିଛି ସୋସିଆଲ ମିଡିଆରେ କୌଣସି ମତ ରଖିବା ପୂର୍ବରୁ ଜାଣିବା ଦରକାର ଯେ ଏହା କାହାକୁ ଆଘାତ ପହଞ୍ଚାଉନି ତ । ଆଉ ଏସବୁ ଭିତରେ ଆସନ୍ତା ୨୨ ତାରିଖରେ ଓଡିଶା ଆସିବେ ଓ ୨୩ ତାରିଖରେ ଗୃହ କମିଟି ନିକଟରେ ହାଜରେ ହେବେ ଅଭିଜିତ ଆୟାର ।