ନିର୍ବାଚନ ଅଧିକାରୀଙ୍କୁ ଅପହରଣ ଘଟଣା ! ମାଓବାଦୀଙ୍କ କବଳରୁ ଖସି ଆସିଲେ ଲିଙ୍ଗରାଜ

16

କନକ ବ୍ୟୁରୋ: ମାଓବାଦୀଙ୍କ କବଳରୁ ଖସି ଆସିଲେ ଲିଙ୍ଗରାଜ । ଆଜି ୫ ଜଣ ନିର୍ବାଚନ ଅଧିକାରୀ ଓ ଜଣେ ପୂର୍ବତନ ସରପଂଚଙ୍କୁ ଅପହରଣ ଘଟଣା ନେଇ ଚର୍ଚ୍ଚା ହୋଇଆସୁଥିଲା । ତେବେ ସେମାନଙ୍କ କବଳରୁ ଲିଙ୍ଗରାଜ ମାଝୀ ଖସି ଆସିଥିବା ଜଣାପଡିଛି । ଆଉ ୫ ଜଣଙ୍କ ସଂପର୍କରେ କିଛି ସୂଚନା ମିଳିନାହିଁ ।

ସୂଚନା ଅନୁସାରେ, ଆଜି ୫ ନିର୍ବାଚନ ଅଧିକାରୀଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିଲେ ଆଉ ଏହି କଥାକୁ ମଧ୍ୟ ସ୍ୱୀକାର କରିଛନ୍ତି । ଖାଲି ସେତିକି ନୁହେଁ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅପହରଣ କରିବା ସହ କର୍ମଚାରୀଙ୍କର କୋ÷ଣସି କ୍ଷତି କରାଯିବ ନାହିଁ ବୋଲି କନକ ନ୍ୟୁଜକୁ ସୂଚନା ଦେଇଥିଲେ ମାଓ ସଂଗଠନ ।