କାନପୁୁରର ଛୋଟିଆ ଗାଁରୁ ରାଇସିନା ହିଲ୍ ! ଜାଣନ୍ତୁ କଣ ରହିଛି ଦେଶର ସବୁଠାରୁ ବଡ ଭବନରରେ

88

ò । ଶପଥ ଗ୍ରହଣ ସମାରୋହରେ ଅନେକ ବଡ଼ ବଡ଼ ନେତା ମଧ୍ୟ ସାମିଲ ହୋଇଥିଲେ । ପ୍ରଣବ ମୁଖାର୍ଜିଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ୧୪ ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ୱାଗତ କରିବା ପାଇଁ ରାଷ୍ଟ୍ରପତି ଭବନରେ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇସାରିଛି ।

ଯେଉଁଦିନ କୋବିନ୍ଦ ରାଷ୍ଟ୍ରପତି ରୂପେ ନିର୍ବାଚନ ଜିତିଥିଲେ ସେଦିନ ରାଜଧାନୀରେ ପ୍ରବଳ ବର୍ଷା ହୋଇଥିଲା ଏବଂ ରାମନାଥ କୋବିନ୍ଦଙ୍କୁ ପୁରୁଣା ଦିନ କଥା ସବୁ ମନେପଡ଼ିଯାଇଥିଲା । କୋବିନ୍ଦ କାନପୁରର ନିଜ ଗାଁରେ ଭାଇଭଉଣୀଙ୍କ ସହ ଏକ ମାଟି ଘରେ ରହୁଥିଲେ । କିନ୍ତୁ ଏବେର ଚିତ୍ର ପୁରା ଅଲଗା । ବର୍ତ୍ତମାନ ସେ ଦେଶର ପ୍ରମୁଖ ନିବାସରେ ରହିବେ ।

ଦେଶର ପ୍ରଥମ ନାଗରିକ ରୁହନ୍ତି ରାଷ୍ଟ୍ରପତି ଭବନରେ । ରହସ୍ୟ ଓ ରୋମାଂଚରେ ଭରା ଏହି ମହଲ ତିଆରି କରିବାକୁ ଲାଗିଥିଲା ୧୭ ବର୍ଷ । ରାଷ୍ଟ୍ରପତି ଭବନ ତିଆରି ବେଳେ ଇଂରେଜ ଅଧିନରେ ଥିଲା ଭାରତ । ପ୍ରଥମେ ଏହାକୁ ଭାଇସରାୟ ହାଉସ ବୋଲି କୁହାଯାଉଥିଲା । କୋଲକାତାରୁ ଦିଲ୍ଲୀକୁ ଯେତେବେଳେ ଦେଶର ରାଜଧାନୀ ସ୍ଥାନାନ୍ତରିତ ହେଲା, ସେ ସମୟରେ ଇଂରେଜଙ୍କ ସବୁଠାରୁ ବଡ ଶାସକ ଭାଇସରାୟଙ୍କ ପାଇଁ ଏହି ଭବନ ତିଆରି କରାଯାଇଥିଲା । ୧୯୧୧ରେ ଏହି ଭବନର ନିର୍ମାଣ ଆରମ୍ଭ ହୋଇଥିଲା । ଆଉ ଏହାର ନିର୍ମାଣ ୧୯୨୯ରେ ସରିଥିଲା ।

୧୯୫୦ରେ ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏହି ଭବନରେ ରହିବା ପରେ ଏହାକୁ କୁହାଗଲା ରାଷ୍ଟ୍ରପତି ଭବନ । ୨ ଲକ୍ଷ ବର୍ଗ ଫୁଟରେ ପରିବ୍ୟାପ୍ତ ହୋଇଛି ରାଷ୍ଟ୍ରପତି ଭବନ । ଭବନ ନିର୍ମାଣରେ ବହୁତ କମ ଲୁହା ବ୍ୟବହାର ହୋଇଛି । ୪ ମହଲା ବିଶିଷ୍ଟ ଏହି ଅଟ୍ଟାଳିକାରେ ରହିଛି ୩୪୦ଟି କୋଠରୀ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଷ୍ଟ୍ରପତି ଭବନର ମୁଖ୍ୟ ଘରେ ରହିନଥାନ୍ତି ମହାମହିମ । ସେ ରହିଥାନ୍ତି ଅତିଥି ଗୃହରେ । ରାଇସିନା ହିଲ ଉପରେ ନିର୍ମିତ ଏହି ଭବନ ଦୁଇଟି ଗାଁର ନାଁ ଦ୍ୱାରା ନାମିତ ହୋଇଛି ଯଥା – ରାଇସିନା ଓ ମାଲଚା । ଏହି ଭବନର ଡ଼ିଜାଇନ କରିଥିଲେ ବ୍ରିଟିଶ ଆର୍କିଟେକ୍ଟ ସାର ଏଡ଼ୱିନ ଲୁଟିଏନ୍ସ ଏବଂ ହରବେଟ ବାକର ।

ସେ ସମୟରେ ପାଖାପାଖି ୧.୪ କୋଟି ଟଙ୍କାରେ ତିଆରି ହୋଇଥିଲା ରାଷ୍ଟ୍ରପତି ଭବନ । ଅନୁମାନ ଅନୁସାରେ ଏବେ ଏହାର ମୂଲ୍ୟ ପାଖାପାଖି ୭୭,୦୦୦ କୋଟିରୁ ଅଧିକ ହେବ। ଏହାର ନିର୍ମାଣ ୭୦୦ ମିଲିୟନ ଇଟା ଓ ୩ ଲକ୍ଷ ପଥରରେ ତିଆରି । ରାଷ୍ଟ୍ରପତି ଭବନ ୩୩୦ ଏକର ଅଂଚଳରେ ବ୍ୟାପ୍ତ ଏବଂ ଏହାର ଭୂକ୍ଷେତ୍ର ଫଳ ୨,୦୦,୦୦୦ ବର୍ଗ ଫୁଟ  ଅଟେ ।

ଏଠାରେ ପ୍ରମୁଖ ରୂପେ ୨ ଟି ବଗିଚା ରହିଛି । ୧୯୦ ଏକର ବ୍ୟାପ୍ତ ଏହି ବଗିଚା ୟୁରୋପୀୟ ଏବଂ ମୁଗଲ ବûସ୍ତୁକଳାରେ ତିଆରି ହୋଇଛି । ୩୭ ଟି ଫାଉଣ୍ଟେନ ଏହି ବଗିଚାର ଶୋଭା ବର୍ଦ୍ଧନ କରୁଛି । ଏଠାରେ ଥିବା ମୁଗଲ ବଗିଚାରେ ୨୫୦ କିସମର ଗୋଲାପ ଗଛ ଲଗାଯାଇଛି । ଏହା ଦୁନିଆର ସବୁଠାରୁ ଭଲ ଗୋଲାପ ବଗିଚା ମାନଙ୍କ ମଧ୍ୟରୁ ଏକ । ଭବନ ଉପରେ ଭାରତୀୟ ସ୍ଥାପତ୍ୟ କଳାର ଏକ ଅଭିନ୍ନ ଅଙ୍ଗ ରହିଛି ।

ରାଷ୍ଟ୍ରପତି ଭବନରେ ଏକ ବଡ଼ ଲାଇବ୍ରେରୀ ରହିଛି । ରାଷ୍ଟ୍ରପତି ଭବନରେ ଥିବା ଲାଇବ୍ରେରୀରେ ପାଖାପାଖି ୪୦,୦୦୦ ବହି ରହିଛି । ଏହି ଲାଇବ୍ରେରୀରେ ୨୦୦୦ ଦୁର୍ଲଭ ବହି ଗଚ୍ଛିତ ହୋଇଛି । ଅନେକ ଦୁର୍ଲଭ ଫଟୋଗ୍ରାଫ, ମ୍ୟାପ ଆଦି ମଧ୍ୟ ସଂରକ୍ଷିତ ରହିଛି । ରାଷ୍ଟ୍ରପତି ଭବନରେ ମୋଟ ୭୫୦ ଜଣ କର୍ମଚାରୀ ରାଷ୍ଟ୍ରପତି ସଚିବାଳୟରେ ୨୪୫ କର୍ମଚାରୀ କାର୍ୟ୍ୟରତ ଥାଆନ୍ତି ।