ରିୟଲିଟି ସୋ’ରେ ହେବ ଦୁଷ୍କର୍ମ ଓ ହତ୍ୟା ! ଆସୁଛି ଋଷର ବିବାଦୀୟ ଖେଳ ‘ଗେମ୍ ୨’

76

ଦର୍ଶକଙ୍କ ରୁଚି ହେଉ ବା ଟିଆରପି ଖେଳ । ଏବେ ସମୟ ଚାଲିଛି ରିୟଲିଟି ସୋ’ର । ତେଣୁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ସ୍ୱାଦର ସୋ’ ତିଆରି କରିବାରେ ବ୍ୟସ୍ତ । ହେଲେ ଏପରି ସୋ’ ମନୋରଞ୍ଜନ ପାଇଁ କମ୍ କିନ୍ତୁ ବିବାଦ ଯୋଗୁଁ ଅଧିକ ଚର୍ଚ୍ଚିତ ହୋଇଥାଏ । ଏବେ ଏମିତି ଏକ ନୂଆ ଋଷୀୟ ରିୟଲିଟି ସୋ’ ଆସୁଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । କାରଣ ଏହି ସୋ’ରେ ଦୁଷ୍କର୍ମ ଏବଂ ହତ୍ୟା ଭଳି ଅପରାଧ ମଧ୍ୟ ପ୍ରତିଯୋଗୀ କରିପାରିବେ । ଏହି ସୋ’ ର ନାଁ ହେଉଛି ‘ଗେମ୍ ୨’ । ସୋ’ଟି ଚଳିତ ବର୍ଷ ଜୁଲାଇରେ ଆରମ୍ଭ ହୋଇ ୨୦୧୮ ଏପ୍ରିଲ ୧ ରେ ସରିବ ।

ସୂଚନା ଅନୁସାରେ, ଏହାର ସୁଟିଂ ସାଇବେରୀଆନ୍ ଦ୍ୱୀପରେ କରାଯିବ । ଏଥିରେ ବିଭିନ୍ନ ଦେଶରୁ ୩୦ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଏହି ସୋ’ର ମୁଖ୍ୟ ନିୟମ ହେଉଛି ନିଜକୁ ବଂଚାଇ ରଖିବା ପାଇଁ ପ୍ରତିଯୋଗୀମାନେ କିଛି ବି କରିପାରିବେ । ଏଥିରେ ମଦ, ଧୂମପାନ, ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଭଳି ସମସ୍ତ ଅପରାଧ କରିବାକୁ ପ୍ରତିଯୋଗୀମାନଙ୍କୁ ଅନୁମତି ଅଛି । କିନ୍ତୁ ସେମାନଙ୍କୁ ଏଥିରୁ ନିବୃତ୍ତ ରହିବାକୁ ଆୟୋଜକ ବାରଣ କରିବେ ନାହିଁ କି ଏଥିପାଇଁ ଦାୟୀ ମଧ୍ୟ ରହିବେ ନାହିଁ କି । ଏନେଇ ପ୍ରତିଯୋଗୀମାନଙ୍କ ସହ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି ।