ଜିଓ ଫୋନ କିଣିଛନ୍ତି କି ? ତେବେ ଜାଣି ରଖନ୍ତୁ କିଛି ଅଜଣା କଥା

164

ଏବେ ଜିଓ ଫୋନର ଜମାନା । ଜିଓ ଫୋନ ବଜାରକୁ ଆସିବା ପରେ ଏହାକୁ କିଣିବା ପାଇଁ ଲୋକମାନଙ୍କ ମଧ୍ୟରେ ଯେଉଁଭଳି ଭାବେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ତାହା ଜିଓ ଫୋନର ଲୋକପ୍ରିୟତାକୁ ସୂଚାଉ ଥିଲା । ସ୍ମାର୍ଟଫୋନର ଯୁଗରେ ଜିଓ ଫୋନ ଭଳି ଫିଚର ଫୋନ ବଜାରକୁ ଆସିବା ପରେ ଏହା ଲୋକଙ୍କ ମଧ୍ୟରେ ଅଧିକ ଗ୍ରହଣୀୟ ହୋଇପାରିଛି । ସ୍ମାର୍ଟଫୋନ ଠାରୁ ଜିଓର ଫିଚର ଫୋନ ମଧ୍ୟ କୌଣସି ଗୁଣରେ କମ ନୁହେଁ ।  ଯଦି ଆପଣ ଜିଓ ଫୋନ୍ ବ୍ୟବହାର କରୁଛନ୍ତି ତାହା ହେଲେ ଏହାର ବ୍ୟବହାର ଭଲଭାବରେ ଜାଣି ଯାଇଥିବେ । ଜିଓ ଫିଚର ଫୋନରେ କେତେକ ଲୁକାୟତ ଫିଚର ରହିଛି । ଏଭଳି ଫିଚର ପାଇବା ପାଇଁ ସେଟିଙ୍ଗ ଅପ୍ସନକୁ ଯିବାକୁ ପଡିବ ।

jio-3ଜିମେଲରୁ ଜିଓ ଫୋନକୁ କିପରି ଆଣିବେ ସମସ୍ତ ନମ୍ବର : ଯଦି ଆପଣ ଜିଓ ଫୋନର ନୂଆ ଗ୍ରାହକ ତାହା ହେଲେ ଆପଣଙ୍କୁ ଜିଓ ଫୋନ୍ର ବ୍ୟବହାର ବିଷୟରେ ଜାଣିବାକୁ ହେବ । ସର୍ବ ପ୍ରଥମ ଆପଣ ଆପଣଙ୍କ ପୁରୁଣା ଫୋନରୁ ନୂଆଫୋନକୁ  କଣ୍ଟାକ୍ଟ ଲିଷ୍ଟକୁ ଟ୍ରାନ୍ସଫର  ଓ ଇପୋର୍ଟ କରନ୍ତୁ । ଏଥିପାଇଁ ପ୍ରଥମେ ଜିଓ ସିମ୍ରେ ରହିଥିବା ସମସ୍ତ କଣ୍ଟାକ୍ଟ ନମ୍ବରକୁ ମୋବାଇଲରେ କପି କରନ୍ତୁ । ଯଦିି ଆପଣଙ୍କ କଣ୍ଟାକ୍ଟ ଲିଷ୍ଟ ମାଇକ୍ରୋସଫ୍ଟ ବା ଗୁଗୁଲ ଏକାଉଣ୍ଟରେ ରହିଛି ତେବେ ଏହାକୁ ଜିଓ ଫୋନକୁ କପି କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଉପାୟ ଅପଣାଇବାକୁ ହେବ । ଏଥିପାଇଁ ଆପଣଙ୍କୁ ଗୁଗୁଲ ଏକାଉଣ୍ଟରୁ ଜିଓ ଫୋନର କଣ୍ଟାକ୍ଟକୁ  ଇମ୍ପୋର୍ଟ କରନ୍ତୁ । ଫୋନରେ ଏକ କଣ୍ଟାକ୍ଟ  ଆପକୁ ଡାଉନଲଡ୍ କରିବା ସହ  ସେଟିଂଗକୁ ଯାଆନ୍ତୁ ।  ଇମ୍ପୋର୍ଟ କଣ୍ଟାକ୍ଟ ସେଟିଙ୍ଗକୁ ଯିବା ପରେ ଏଠାରେ ଜିମେଲ ଅପ୍ସନ ଆସିବ । ଏହି ଜିମେଲ ଅପ୍ସନକୁ ଚୟନ କରିବା ପରେ  ଆପଣଙ୍କୁ ଜିମେଲ୍ ଏକାଉଣ୍ଟ  ଆଇଡି ଓ ପାସୱାର୍ଡ ମାଗିବ । ଜିମେଲ ଏକାଉଣ୍ଟ ଓ ପାସୱାର୍ଡ ଦେଲା ପରେ  କେଏଆଇ ଓଏସ୍କୁ ଏକ ଏକସେସ୍ ଦେବାକୁ ପଡିବ । ଏହିଭଳି ଭାବେ ଜିମେଲରୁ ଜିଓ ଫୋନକୁ କଣ୍ଟାକ୍ଟ ଟ୍ରାନ୍ସଫର କରିପାରିବେ ।

କଲ ଫରୱାର୍ଡିଂର ସୁବିଧା : ଯଦି ଆପଣ ଜିଓ ଫୋନରେ କଲ ଫରୱାର୍ଡିଂ କରିବାକୁ ଚାହୁଁଛନ୍ତି ତାହା ହେଲେ ଫୋନର ସେଟିଂଗକୁ ଯାଆନ୍ତୁ । ସେଟିଂଗର ନେଟ୍ୱାର୍କ ଟ୍ୟାବକୁ ଯାଇ  କଲ ସେଟିଂଗକୁ ଅପ୍ସନକୁ ଖୋଲନ୍ତୁ । ଏଠାରେ କଲ ଫରୱାର୍ଡିଂର ଅପ୍ସନ ମିଳିବ । ଏଠାରେ କଲ ପରୱାର୍ଡିଂ ପାଇଁ ଉପଯୁକ୍ତ ବିକଳ୍ପକୁ ଚୟନ କରନ୍ତୁ ।  ତେବେ କଲ ଫରୱାର୍ଡିଂ ପାଇଁ ଆପଣଙ୍କୁ ଅନ୍ୟ ଏକ ନମ୍ବର ଦେବାକୁ ପଡିବ ଯେଉଁ ନମ୍ବରରେ କଲ ପରୱାର୍ଡିଂ ହୋଇପାରୁଥିବ

କିପରି କରିବେ ସ୍କ୍ରିନ ଲକ୍ : ଫୋନକୁ ଯେପରି ଅନ୍ୟକେହି ବ୍ୟବହାର କରି ନ ପାରିବେ ସେଥିପାଇଁ ଫୋନରେ ପାସୱାର୍ଡ ପକାଇବା ନିତାନ୍ତ ଜରୁରୀ ।  ଏଥିପାଇଁ ଫୋନରେ ସ୍କ୍ରିନ ଲକ୍ ପକାଇବାକୁ ପଡିବ । ଏଥିପାଇଁ ସେଟିଙ୍ଗ ଅପ୍ସନକୁ ଯାଇ ପ୍ରାଇଭେସି ଓ ସିକ୍ୟୁରିଟି ବିକଳ୍ପକୁ ଯାଆନ୍ତୁ ।  ଏଠାରେ ସିନି ଲକ ଅପ୍ସନକୁ ଅନ କରିବା ପରେ ଆପଣଙ୍କୁ ମନ ମୁତାବିକ ଏକ ସ୍କ୍ରିନ ଲକ ପାସୱାର୍ଡ ବାଛିବା ପାଇଁ ଅପ୍ସନ ମିଳିବ । ଏଠାରେ ଆପଣଙ୍କୁ ଚାରି ନମ୍ବର ବିଶିଷ୍ଟ ଏକ ପାସୱାର୍ଡ ଦେବାକୁ ପଡିବ । ଏହି ଚାରି ନମ୍ବର ବିଶିଷ୍ଟ ପାସୱାର୍ଡ ଦ୍ୱାରା ହିଁ ଆପଣଙ୍କ ମୋବାଇଲ ଫୋନ ସ୍କ୍ରିନ ଲକ ହୋଇଯିବ ।

jioୟୁଏସବି ସାହାଯ୍ୟରେ ମୋବାଇଲକୁ କେମିତି  କରିବେ ଡାଟା ଟ୍ରାନ୍ସଫର:  ଆପଣଙ୍କ ଜିଓ ଫୋନର ଷ୍ଟୋରେଜ୍ ଡିଭାଇସରୁଫାଇଲ ଟ୍ରାନ୍ସଫର କରିବାକୁ ଚାହୁଛନ୍ତି । ତେବେ ସେଟିଂଗରେ କିଛି ପରିବର୍ତ୍ତନ କରିବାକୁ ପଡିବ । ଆପଣ ଜିଓ ଫୋନରୁ କୋ÷ଣସି ଫାଇଲ ଷ୍ଟୋରେଜକୁ ଟ୍ରାନ୍ସଫର କରିପାରିବେନି କାରଣ ଜିଓ ଫୋନରେ ବିକଳ୍ପଗୁଡିକ ପ୍ରଥମରୁ ଡିଫଲ୍ଟ ରୂପରେ ବ୍ୟବହାର କରାଯାଇଛି । ଏଥିପାଇଁ ଆପଣଙ୍କୁୁ ଫୋନର ସେଟିଂକୁ ଯିବାକୁ ପଡିବ । ଏଠାରେ ୟୁଏସବି ଅପ୍ସନକୁ ଚୟନ କରନ୍ତୁ । ଏହାକୁ ଅନ କରିବାପ ପରେ ଆପଣ ୟୁଏସବି ଦ୍ୱାରା ଫାଇଲ ଟ୍ରାନ୍ସଫର କରିପାରିବେ ।

ଭାଷା ବଦଳାଇପାରିବେ:  ଜିଓ ଫୋନରେ ୨୨ଟି ଭାଷା ସପୋର୍ଟ କରିବା ପାଇଁ ବ୍ୟବସ୍ଥା ରହିଛି । ଇଂରାଜୀ, ହିନ୍ଦୀ, ମରାଠୀ, ବଙ୍ଗାଳି ଏମିତି ୨୨ଟି ଭାଷାକୁ ଚୟନ କରିପାରିବେ । ଭାଷା ବଦଳାଇବା ପାଇଁ  ହେଲେ ଫୋନର ସେଟିଂଗର ଭାଷା ବିକଳ୍ପକୁ  ଚୟନ କରନ୍ତୁ । ତାହା ପରେ ଯେଉଁ ଭାଷାକୁ ଆପଣ ଚାହୁଁଛନ୍ତି ସେହି ଅପ୍ସନ ଉପରେ କ୍ଲିକ୍ କରନ୍ତୁ  । ଏହାପରେ ଆପଣ ଚାହଁଥିବା ଭାଷାରେ ଲେଖା ଦେଖିବାକୁ ମିଳିବ  ।

ସଫ୍ଟୱେୟାର ଅପଡେଟ : ଜିଓ ଏକ ଫିଚର ଫୋନ ହେବା ସତ୍ତେ୍ୱ ଏଥିରେ ଅନେକ ସ୍ମାର୍ଟଫୋନର ଫିଚର ମଧ୍ୟ ରହିଛି ।  ଏହି ଫୋନରେ ଡିଜିଟାଲ ପେମେଣ୍ଟ ଭଳି ଅନେକ ଫିଚର କାମ କରିନଥାଏ  । ଯଦି ଫୋନରେ କିଛି ନୂଆ ସଫ୍ଟୱେୟାର ଅପଡେଟ କରିବାକୁ ଚାହୁଁଛନ୍ତି । ତେବେ ସେଟିଂ ଆପକୁ ଯାଆନ୍ତୁ ଏଠାରେ ଡିଭାଇସ ଟ୍ୟାବକୁ ଚୟନ କରନ୍ତୁ ।  ଏବେ ଡିଭାଇସ୍ ଇନଫର୍ମେସନକୁ ଚୟନ କରନ୍ତୁୁ । ଏହାପରେ ଆପଣଙ୍କୁ ଲାଇଫ ସଫ୍ଟୱେୟାର ଅପଡେଟ  କରିବା ପାଇଁ ସୂଚନା ମିଳିବ  । ଯାହାକୁ ଫଲୋ କରି ଜିଓ ଫୋନକୁ ଅପଡେଟ କରିପାରିବେ ।