ଦଳକୁ ସୁଦୃଢ କରିବା ଲାଗି ସାଂଗଠନିକ ସ୍ତରରେ ୯ଜଣ ନେତାଙ୍କୁ ୧୧ଟି ଜିଲ୍ଲାର ସାଂଗଠାନିକ ଦାୟିତ୍ୱ !

31

କନକ ବ୍ୟୁରୋ : ସାଂଗଠନିକ ସ୍ତରରେ ମଧ୍ୟ ବଡ ଧରଣର ଅଦଳବଦଳ ହୋଇଛି । ଦଳକୁ ସୁଦୃଢ କରିବା ଲାଗି ବଛା ବଛା ୯ଜଣ ନେତାଙ୍କୁ ୧୧ଟି ଜିଲ୍ଲାର ସାଂଗଠାନିକ ଦାୟିତ୍ୱ ଦିଆଯାଇଛି । ଦଳର ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବଲାଙ୍ଗୀର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି । ପ୍ରଫୁଲ୍ଲ ସାମଲଙ୍କୁ ଜଗତସିଂହପୁର, ଦେବୀ ପ୍ରସାଦ ମିଶ୍ରଙ୍କୁ ସମ୍ବଲପୁର, ଅଧ୍ୟକ୍ଷ କିଶୋର ମହାନ୍ତିଙ୍କୁ ସୋନପୁର ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ବାଲେଶ୍ୱର ଜିଲ୍ଲାର ସାଂଗଠନିକ ଦାୟିତ୍ୱ ଦିଆଯାଇଛି ।

ସେହିପରି ସଂଜୟ ଦାସବର୍ମାଙ୍କୁ ନବରଙ୍ଗପୁର ଓ ରାୟଗଡା, ଅରୁଣ ସାହୁଙ୍କୁ ମୟୂରଭଂଜ, ପ୍ରଦୀପ ପାଣିଗ୍ରାହୀଙ୍କୁ ଗଜପତି ଓ ପ୍ରଣବ ପ୍ରକାଶ ଦାସଙ୍କୁ କୋରାପୁଟ ଓ ମାଲକାନଗିରି ଦାୟିତ୍ୱ ଦିଆଯାଇଛି । ସେହିପରି ଯୁବ ବ୍ୟାପାର ବୁଝିବା ଦାୟିତ୍ୱ ସଂଜୟ ଦାସବର୍ମାଙ୍କୁ ଦିଆଯାଇଥିବା ବେଳେ ଛାତ୍ର ବ୍ୟାପାର ଦାୟିତ୍ୱ ଅରୁଣ ସାହୁଙ୍କୁ ଦିଆଯାଇଛି ।