ଆରବିଆଇରେ ଅଚଳ ନୋଟର ୬୦ ପ୍ରତିଶତ ହିସାବ : କଳାଧନକୁ ଧଳା କରିବାକୁ ସରକାରଙ୍କ ଶେଷ ସୁଯୋଗ

31

କନକ ବ୍ୟୁରୋ : ଆରବିଆଇରେ ପହଂଚିଛି ଅଚଳ ନୋଟର ୬୦ ପ୍ରତିଶତ । ବିଭିନ୍ନ ବ୍ୟାଙ୍କରେ ୮ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହୋଇଥିବା ବେଳେ ୩୩ ହଜାର କୋଟିରୁ ଅଧିକ ବଡ ନୋଟ୍ ବଦଳ କରାଯାଇଛି । ନଭେମ୍ବର ୮ ମଧ୍ୟ ରାତ୍ରରୁ ଅଚଳ ହୋଇଥିଲା ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ । ୧୦ ତାରିଖରୁ ବିଭିନ୍ନ ବ୍ୟାଙ୍କରେ ପୁରୁଣା ବଡ ନୋଟକୁ ଜମା କରିବା ସହ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ପ୍ରକ୍ରିୟାରେ ୨୭ ତାରିଖ ସୁଦ୍ଧା ମୋଟ ୮ ଲକ୍ଷ ୪୪ ହଜାର ୯୮୨ କୋଟି ଟଙ୍କା ବଦଳ ଓ ଜମା ହୋଇଛି ।

ସେଥି ମଧ୍ୟରୁ ୩୩ ହଜାର ୯୪୮ କୋଟି ଟଙ୍କାର ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ ବଦଳ ହୋଇଥିବା ବେଳେ ୮ ଲକ୍ଷ ୧୧ ହଜାର ୩୩ କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କରେ ଜମା ହୋଇଛି । ଏହି ସମୟ ମଧ୍ୟରେ ବିଭିନ୍ନ ବ୍ୟାଙ୍କ ଓ ଏଟିଏମରୁ ମୋଟ ୨ ଲକ୍ଷ ୧୬ ହଜାର ୬୧୭ କୋଟି ଟଙ୍କା ଉଠାଣ ହୋଇଥିବା ସ୍ପଷ୍ଟ କରିଛନ୍ତି ଆରବିଆଇ ପ୍ରମୁଖ ପରାମର୍ଶଦାତା ଅଳ୍ପନା ଖିଲାୱାଲା ।