ପୁଲିସ୍ ଦେଲା ଜରିମାନା ! ମିଛ କେସରେ ଗିରଫ୍ ହୋଇ ଜେଲ ଯାଇଥିବା ବ୍ୟକ୍ତିଙ୍କୁ ମିଳିଲା କ୍ଷତିପୂରଣ

28

vlcsnap-2016-07-19-19h03m05s711କଟକ ବ୍ୟୁରୋ, କନକ ନ୍ୟୁଜ୍ : କୁହାଯାଏ ହଜାରେ ଦୋଷୀ ଖସି ଯାଆନ୍ତୁ, ହେଲେ ଜଣେ ନିର୍ଦୋଶ ଦଣ୍ଡ ନପାଉ । ହେଲେ ଏହାର ବିପରୀତ କାମ କରିଥିଲା ପୁଲିସ୍ । ଯେଉଁଥି ପାଇଁ ୫୦ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡିଲା ଗୃହ ବିଭାଗକୁ । ହାଇକୋର୍ଟଙ୍କ ରାୟ, ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦେଶ ପରେ ଯେଉଁ ଥାନାବାଲା ବାନ୍ଧିଥିଲେ ସେହି ଥାନାବାଲା ଜରିମନା ଦେଲେ । ଏମିତି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ନିଆଳିରୁ ।

ସୂଚନା ଅନୁସାରେ ଗାଁରେ ରହନ୍ତି ବିଜୟ ନାଁରେ ଦୁଇ ଜଣ ବ୍ୟକ୍ତି । କେବଳ ବାପାଙ୍କ ନାଁ ଭିନ୍ନ ଭିନ୍ନ । ପୁଲିସ୍ କିନ୍ତୁ ପରିଚୟକୁ ଯାଂଚ ନକରି ଜଣେ ବିଜୟଙ୍କୁ ଅଭିଯୁକ୍ତ ସଜାଇ ଦେଇଥିଲା । ଆଉ ଗିରଫ କରି କୋର୍ଟ ଚାଲାଣ ବି କରିଥିଲା । ତେବେ ଗାଁ ଲୋକଙ୍କ ପ୍ରତିବାଦ ଓ ସାକ୍ଷ୍ୟପମାଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ବିଜୟଙ୍କୁ ନିର୍ଦୋଷ କହିଥିଲେ । ହେଲେ ସେତେବେଳକୁ ବିଜୟ ଜେଲର କାଳ କୋଠରୀରେ କାଟି ସାରିଥିଲେ ୩୭ ଦିନ । ତେଣୁ ମାନବିକ ଅଧିକାର କ୍ଷୂର୍ଣ୍ଣ ହୋଇଥିବା ଦର୍ଶାଇ ସେ ଫେରାଦ ହୋଇଥିଲେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ । ଆଉ ୩୭ଦିନର ଜେଲ୍ ପାଇଁ ୫୦ ହଜାର ଟଙ୍କାର ତଣ୍ଡ ଗଣିଲା ପୁଲିସ୍ ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଚୋରୀ ମାମଲା ୧୯୯୦ ମସିହାର । ଆଉ କୋର୍ଟ ୱାରେଂଟ ଜାରି କରିଥିଲେ ୨୦୧୨ରେ । ୨୨ ବର୍ଷ ପରେ ବି ପୁଲିସ୍ ଅଭିଯୁକ୍ତ ଧରିବା ବଦଳରେ ଭଦ୍ରଲୋକଙ୍କୁ ଗିରଫ କରିଥିଲା । ତା ଠାରୁ ଆଶ୍ଚର୍ଯ୍ୟର କଥା, ଏତେସବୁ ପରେ ପ୍ରକୃତ ଅଭିଯୁକ୍ତକୁ ଏବେ ବି ଧରି ପାରିନି ପୁଲିସ୍ ।