ଏୟାରପୋର୍ଟରେ ଚେକିଂ ବେଳେ ବ୍ୟାଗରୁ କାଢିବାକୁ ପଡିବନି ଲାପଟପ୍ ! ବିମାନବନ୍ଦର ଗୁଡିକରେ ଲାଗିବ ୩ଡି ସ୍କାନର ।

48

ବିମାନ ଯାତ୍ରୀମାନଙ୍କୁ ନିରାପତ୍ତା ଯାଞ୍ଚ ବେଳେ ବ୍ୟାଗ୍ ଭିତରୁ ଲାପଟପ୍ କିମ୍ବା ତରଳ ପଦାର୍ଥଗୁଡ଼ିକୁ ବାହାରକୁ କାଢ଼ିବାକୁ ପଡ଼ିବନି । ବିଶ୍ୱର ବ୍ୟସ୍ତବହୁଳ ବିମାନବନ୍ଦରଗୁଡ଼ିକରେ ଏବେ ୩ଡି ସ୍କାନର୍ ଜରିଆରେ ନିରାପତ୍ତା ଯାଞ୍ଚ କରାଯାଉଛି । ସେହି ସ୍କାନରରେ ବ୍ୟାଗ୍ ଭିତରେ ଥିବା ସବୁ ପ୍ରକାର ଜିନିଷକୁ ଯାଞ୍ଚ କରିହେଉଛି । ଭାରତରେ ସେହି ବ୍ୟବସ୍ଥାକୁ କାର୍ୟ୍ୟକାରୀ କରିବା ଉପରେ ସିଆଇଏସଏଫ୍ ବିଚାର କରୁଛି ।

ବିଶ୍ୱର ଅନ୍ୟ ଦେଶଗୁଡ଼ିକରେ ୩ଡି ସ୍କାନର୍ କେତେ ଦୂର ସଫଳ ହେଉଛି ତାହା ଉପରେ ସିଆଇଏସଏଫ୍ ନଜର ରଖିଛି । ଦେଶର ଯେଉଁ ବିମାନ ବନ୍ଦରରେ ଅଧିକ ସଂଖ୍ୟକ ବ୍ୟବସାୟୀ ଯାତ୍ରା କରୁଛନ୍ତି ସେଠାରେ ପ୍ରଥମେ ୩ଡି ସ୍କାନର୍ ଲଗାଯାଇ ଏହାର ପରୀକ୍ଷଣ କରାଯିବ । ପରୀକ୍ଷଣ ସଫଳ ହେଲେ ଅନ୍ୟ ବିମାନ ବନ୍ଦରଗୁଡ଼ିକରେ ସେହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ ବୋଲି ସିଆଇଏସଏଫ୍ ତରଫରୁ କୁହାଯାଇଛି ।