ମେ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ

37

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ ମେ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୁଚନା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟ ମୁଲ୍ୟାଙ୍କନରେ କିଛି ବିଭ୍ରାଟ ଉପୁଜିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମୁଲ୍ୟାଙ୍କନ ସୁରୁଖୁରୁରେ ଚାଲିଛି ।  ତେବେ କଳା ,ବାଣିଜ୍ୟ ଏବଂ ଧନ୍ଦାମୁଳକ ପରୀକ୍ଷା ଫଳ ମେ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ ବୋଲି କାର୍ଯ୍ୟାଳୟ ପ୍ରକାଶ କରିଛି । ଅନ୍ୟପଟେ କେନ୍ଦୁଝର ଡିଡି କଲେଜରେ କମ୍ପୁଟର ସର୍ଟ ସର୍କିଟ ହେବା ଫଳରେ ଇ ମୁଲ୍ୟାଙ୍କନକୁ ବନ୍ଦ କରାଯାଇ ଅନ୍ୟ  ଜୋନକୁ ସ୍ତାନାନ୍ତର କରାଯାଇଛି ।