କେରଳରେ ବନ୍ୟା : ମୃତ୍ୟୁ ସଂଖ୍ୟା ୧୬୭କୁ ବୃଦ୍ଧି ! ୧୩ ଜିଲ୍ଲାକୁ ଦିଆଗଲା ରେଡ୍ ଆଲର୍ଟ ।

40

କେରଳରେ ବର୍ଷା ଥମିବାର ନାଁ ନେଉନାହିଁ । ଭାରି ବର୍ଷା କାରଣରୁ ଅନେକ ଧନଜୀବନ ନଷ୍ଟ ହେଉଛି । ରାସ୍ତା, ପୋଲ, ଏୟାରପୋର୍ଟ ସବୁ କିଛି ବର୍ଷା ପାଣିରେ ବୁଡି ରହିଛି । ଆଗକୁ ମଧ୍ୟ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପୂନର୍ବାର ୧୩ଟି ଜିଲ୍ଲାରେ ରେଡ ଆଲର୍ଟ ଜାରି କରିଛି । ଏର୍ନାକୁଲମକୁ ବାଦ ଦେଲେ ଇଡ୍ଡୁକୀ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ।

ସୂଚନା ଅନୁଯାୟୀ, କେରଳରେ ଭାରି ବର୍ଷା କାରଣରୁ ଅନେକ କ୍ଷେୟ କ୍ଷତି ହୋଇଛି । ଅନେକ ଲୋକଙ୍କ ଜୀବନ ମଧ୍ୟ ଗଲାଣି । ଏଥି ମଧ୍ୟରେ କେରଳର ସିଏମ ପି. ବିଜୟନ ବର୍ଷା ଏବଂ ବନ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଆକଳନ କରି ୧୬୭ ରେ ପହଞ୍ଚିଲାଣି ବୋଲି ସୂଚନା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କେରଳ ସିଏମ ପି. ବିଜୟନଙ୍କୁ ପୋନ କରି ପ୍ରତିଟି କ୍ଷେତ୍ରରେ ସାହାଯ୍ୟ କରିବାର ଆଶ୍ୱସନା ପ୍ରଦାନ କରିଛନ୍ତି । ମୋଦି କେରଳର ରେସ୍କ୍ୟୁ ଅପରେସନର ଖବର ରଖିବା ସହ ଅଧିକ ଯାଞ୍ଚ ପାଇଁ ଆଜି ସଂଧ୍ୟାରେ କେରଳ ପହଞ୍ଚିବେ ।

କେରଳର ଅଲ୍ଲାପୁଝା, ଇଡ୍ଡୁକି, କୋଚ୍ଚି କୁ ବାଦ ଦେଲେ ଅନ୍ୟ କେତେକ ଜିଲ୍ଲା ବର୍ଷା ଏବଂ ବନ୍ୟାରେ ପ୍ରଭାବିତ ହୋଇଛି । ପଣି ସହର ମଧ୍ୟକୁ ପସିଯାଇଛି । ବନ୍ୟା ପାଣି ଘେରି ରହିଥିବା ୧୭୬୪ ଜଣ ଲୋକଙ୍କୁ ଉଦ୍ଧାର କରାଯିବା ସହ ପ୍ରାୟ ୪ ହାଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଯାଇଛି । ଲୋକଙ୍କ ସୁରକ୍ଷା ପାଇଁ ୨୪ ଟିମକୁ ସେଠାରେ ମୁତୟନ କରାଯାଇଛି । ଏହା ବ୍ୟତିତ ଏନଡିଆରଏଫର ଆଉ ୫ଟି ଟିମ୍ ତିରୁବନ୍ତପୁରମରେ ପହଞ୍ଚିଛନ୍ତି । ସେମାନଙ୍କୁ ସୁରକ୍ଷା କାର୍ଯ୍ୟରେ ଲଗାଇ ଦିଆଯାଇଛି । ଆଜି ସଂଧ୍ୟା ସୁଦ୍ଧା ଆଉ ୩୫ଟି ଟିମ କେରଳରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।