୧୨ ବର୍ଷ ପର୍ଯ୍ୟନ୍ତ ମାଗଣା ବିଜୁଳୀ ଦେବ ଏହି ଭାରତୀୟ ମେସିନ୍ ! ମୋବାଇଲ୍ ଫୋନ୍ ଠାରୁ ମଧ୍ୟ କମ୍ ରହିଛି ଦାମ୍ ।

1,370

ନିକଟରେ ଭାରତର ରାଜଧାନୀ ଦିଲ୍ଲୀରେ ଏକ ଇଭେଣ୍ଟ୍ ହୋଇଥିଲା ଯେଉଁଠି ଏହି ଖବର ସାମ୍ନାକୁ ଆସିଛି । ଯାହାର ରେଜଲ୍ଟ ମଧ୍ୟ ଅତ୍ୟନ୍ତ ସନ୍ତୋଷଜନକ ଥିଲା । ଉଦ୍ୟୋଗି ମନୋଜ ଭାର୍ଗବ ଦିଲ୍ଲୀରେ ଆୟୋଜନ ହୋଇଥିବା ଏହି ଇଭେଣ୍ଟରେ ଲୋକମାନଙ୍କୁ ଏକ ଡକ୍ୟୁମେଣ୍ଟାରୀ ଦେଖାଇଥିଲେ । ବିଲିୟନ୍ସ ଇନ୍ ଚେଞ୍ଜ ୨ ନାମକ ଏହି ସର୍ଟ ଫିଲ୍ମରେ କିଛି ଏଭଳି ସଲ୍୍ୟୁସନ୍ ଦେଖାଦେଇଛି ଯେଉଁଥିରେ ସାଧାରଣ ଲୋକଙ୍କ ନିତିଦିନର ଜୀବନର ସବୁ ଅସୁବିଧାର ସମାଧାନ ହୋଇପାରିବ ।

ଏହି ଇଭେଣ୍ଟରେ ପୋର୍ଟେବଲ୍ ସୋଲାର ଡିଭାଇଜ୍ ହଂସ ୩୦୦ ପାୱାର ପ୍ୟାକ୍ ଏବଂ ହଂସ ସୋଲାର ଉପକରଣ ଲଞ୍ଚ୍ ର ଘୋଷଣା କରାଯାଇଛି । ମନୋଜ ଭାର୍ଗବଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସୋଲାର୍ ଷ୍ଟେସନ୍ ରେ ସୋଲାର ଉର୍ଜାକୁ ଭାରି ମାତ୍ରାରେ ବିଜୁଳୀ ପ୍ରସ୍ତୁତ କରି ଲମ୍ବା ସମୟ ପର୍ଯ୍ୟନ୍ତ ଏହାକୁ ଷ୍ଟୋର୍ କରି ରଖିଥାଏ । ତେବେ ଏହାର କାର୍ଯ୍ୟକାଳ ୧୨ ବର୍ଷ । ଏହାଦ୍ୱାରା ଖୁବ୍ କମ୍ ଖର୍ଚ୍ଚରେ ଲୋକମାନେ ବିଜୁଳୀକୁ ଭଲଭାବେ ବ୍ୟବହାର କରିପାରିବେ ।

ହଂସ ୩୦୦ ପାୱାର ପ୍ୟାକ୍ ର ଅଦ୍ଭୁଦ କ୍ଷମତା :

ଏହି ଛୋଟ ସୋଲାର୍ ପାୱାର ବ୍ୟାଙ୍କ୍ ଏତେ ଅଧିକ ବିଜୁଳୀ ପ୍ରସ୍ତୁତ ଏବଂ ଷ୍ଟୋର୍ କରିଥାଏ ଯାହାଦ୍ୱାରା ଘରର ଲାଇଟ୍ ,ପଙ୍ଖା,ଟି.ଭି ସହ ଅନେକ ଘରୋଇ ଉପକରଣ ମଧ୍ୟ ଚାଲିପାରିବ । ଏହି ଶକ୍ତିଶାଳୀ ପାୱାର ପ୍ୟାକ୍ କୌଣସି ସାଧାରଣ ପାୱାର ପ୍ୟାକ୍ ଠାରୁ ଅଧିକ ପାୱାରଫୁଲ । ଏହି ଉପକରଣ ୧୩୦ ଘଣ୍ଟା ଏବଂ ୩୦୦ ଘଣ୍ଟାର ପାୱାର ବ୍ୟାକଅପ୍ ରେ ଦୁଇଟି ମଡଲରେ ପ୍ରସ୍ତୁତ କରାଯାଇଛି ଯାହାର ମୂଲ୍ୟ ୧୦ ରୁ ୧୪ ହଜାର ଟଙ୍କା ରହିଛି । କେବଳ ଏତିକି ନୁହଁ ଏହି ଉପକରଣ ଉପରେ ୧୨ ବର୍ଷର ଗ୍ୟାରେଣ୍ଟି ମଧ୍ୟ ରହିଛି । କହିବାର ଯଥାର୍ଥ ଏହା ହେଉଛି କି ଏହାକୁ ଥରେ ମାତ୍ର ଲଗାଇବା ପରେ ୨ ବର୍ଷ ପର୍ଯ୍ୟନ୍ତ ବିଜୁଳୀ ବିଲ୍ ର ଝନଝଙ୍କରୁ ଆପଣ ମୁକ୍ତି ପାଇପାରିବେ ।