ମିଲେଟ୍ ମିଶନରେ ମିଳିବ ମାଣ୍ଡିଆ । ୧ ଟଙ୍କାରେ ଏକ କିଲୋ ମାଣ୍ଡିଆ ଦେବେ ରାଜ୍ୟସରକାର ।

ଭିଟାମିନ୍ସ ଏବଂ ମିନେରାଲ୍ସରେ ଭରପୁର ରହିଛି ମାଣ୍ଡିଆ । ପ୍ରତି ୩ ଗ୍ଲାସ କ୍ଷୀରରୁ ଯେତିକି ପରିମାଣର କ୍ୟାଲସିୟମ ମିଳେ ତାହା ଗୋଟିଏ ଗ୍ଲାସ ମାଣ୍ଡିଆରୁ ମିଳିଥାଏ । ପ୍ରତି ଶହେ ଗ୍ରାମ୍ ମାଣ୍ଡିଆରେ ରହିଛି ୩୭୮ କିଲୋକ୍ୟାଲୋରୀର ଶକ୍ତି ।

1,512

କନକ ବ୍ୟୁରୋ: ମିଲେଟ୍ ମିଶନ ଜରିଆରେ ୧ ଟଙ୍କାରେ ମିଳିବ ୧ କିଲୋ ମାଣ୍ଡିଆ । ଏଭଳି କିଛି ଯୋଜନା ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ତେବେ ରାଜ୍ୟରେଥିବା ରାସନକାର୍ଡ ଧାରୀଙ୍କୁ ଆସନ୍ତା ଜୁଲାଇରୁ ଏକ ଟଙ୍କାରେ କିଲେ ମାଣ୍ଡିଆ ଦିଆଯିବ । ପ୍ରଥମ ପର୍ଯ୍ୟାୟର ବୋଲି କୃଷି ସଚିବ ସୌରଭ ଗର୍ଗ କହିଛନ୍ତି ।
ଆସନ୍ତା ଜୁଲାଇରୁ ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆପଡା ଏବଂ ରାୟଗଡାରେ ପରୀକ୍ଷାମୂଳକ ଭାବେ ହିତାଧୀକାରୀଙ୍କୁ ବଂଟନ କରାଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୭ ହଜାର ୫୦୦ କୁଇଂଟାଲ୍ ମାଣ୍ଡିଆ ଯୋଗାଇ ଦିଆଯିବ । ଆସନ୍ତା ଖରିଫ ଋତୁରେ ଚାଷୀଙ୍କଠାରୁ ମାଣ୍ଡିଆ କୁଇଂଟାଲ ପିଛା ୨୮୯୭ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ୧ ଲକ୍ଷ କୁଇଂଟାଲ କ୍ରୟ କରିବାକୁ ନିଷ୍ପତି ନେଇଛନ୍ତି ସରକାର ।

ଭିଟାମିନ୍ସ ଏବଂ ମିନେରାଲ୍ସରେ ଭରପୁର ରହିଛି ମାଣ୍ଡିଆ । ପ୍ରତି ୩ ଗ୍ଲାସ କ୍ଷୀରରୁ ଯେତିକି ପରିମାଣର କ୍ୟାଲସିୟମ ମିଳେ ତାହା ଗୋଟିଏ ଗ୍ଲାସ ମାଣ୍ଡିଆରୁ ମିଳିଥାଏ । ପ୍ରତି ଶହେ ଗ୍ରାମ୍ ମାଣ୍ଡିଆରେ ରହିଛି ୩୭୮ କିଲୋକ୍ୟାଲୋରୀର ଶକ୍ତି । ସେହିପରି ମାଣ୍ଡିଆ କିଲୋଗ୍ରାମରେ ଶ୍ୱେତସାର ୭୨.୮ ଗ୍ରାମ୍, ତନ୍ତୁ ୮.୫ ଗ୍ରାମ୍, ପୁଷ୍ଟିସାର ୧୧ ଗ୍ରାମ୍ ଏବଂ ସ୍ନେହସାର ୪.୩ ଗ୍ରାମ୍ ରହିଛି । ଭିଟାମିନ୍ ବି, ଭିଟାମିନ୍ ସି ଏବଂ ଭିଟାମିନ୍ କେ ବି ରହିଛି ମାଣ୍ଡିଆରେ । ସେହିପରି କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିଅମ୍, ମାଙ୍ଗାନିଜ୍, ଫସଫରସ୍, ପଟାସିୟମ୍, ସୋଡିୟମ୍ ଏବଂ ଜିଙ୍କ୍ ମଧ୍ୟ ମାଣ୍ଡିଆରେ ପ୍ରଚୁର ପରିମାଣରେ ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଦରକାରୀ । ..

ଭିଟାମିନ୍ସ ଓ ମିନେରାଲ୍ସରେ ଭରପୁର, ପୁରୁଣା ଯୁଗର ଏହି ପୁଷ୍ଟିସାର ଖାଦ୍ୟ ମାଣ୍ଡିଆ, ଏବେ ଆପଣଙ୍କୁ ଖୁବ୍ ଶସ୍ତା ଦରରେ ହାତ ପାଆନ୍ତାରେ ଯୋଗାଇ ଦେବାକୁ ଯାଉଛନ୍ତି ସରକାର । ଘରେ ଘରେ ପହଁଚିବ ସବୁଠୁ ଅଧିକ ପୁଷ୍ଟିକର ଖାଦ୍ୟ ମାଣ୍ଡିଆ । ନିଜସ୍ୱ ଖାଦ୍ୟ ନିରାପତା ଯୋଜନାରେ ହିତାଧୀକାରୀଙ୍କୁ ରାଶନକାର୍ଡରେ ମାଣ୍ଡିଆ ଯୋଗାଇଦେବେ ରାଜ୍ୟ ସରକାର । ପ୍ରତି କାର୍ଡ ପିଛା ୧ ଟଙ୍କାରେ ୧କିଲୋ ମାଣ୍ଡିଆ ମିଳିବ । ମାଣ୍ଡିଆ ଚାଷରେ ଅଗ୍ରଣୀ ରହିଛି ଓଡିଶା । ଏଥିପାଇଁ ମାଣ୍ଡିଆ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ସହ ମାଣ୍ଡିଆକୁ ବ୍ୟବସାୟୀକରଣ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସରକାର । ରାଶନ କାର୍ଡରେ ମାଣ୍ଡିଆ ଯୋଗାଇ ଦେବା ସହ ମାଣ୍ଡିଆ ତିଆରି ଖାଦ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

କାହିଁକି ଖାଇବେ ମାଣ୍ଡିଆ?
ମାଣ୍ଡିଆ ( ୧୦୦ଗ୍ରାମ୍ ) ୩୭୮ କିଲୋକ୍ୟାଲୋରୀର ଶକ୍ତି
ମାଣ୍ଡିଆ ( ୧ କିଗ୍ରା )
ଶ୍ୱେତସାର ୭୨.୮ ଗ୍ରାମ୍
ତନ୍ତୁ ୮.୫ ଗ୍ରାମ୍
ପୁଷ୍ଟିସାର ୧୧ ଗ୍ରାମ
ସ୍ନେହସାର ୪.୩ ଗ୍ରାମ୍
ଭିଟାମିନ୍ ବି, ଭିଟାମିନ୍ ସି ଏବଂ ଭିଟାମିନ୍ କେ
କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିଅମ୍, ମାଙ୍ଗାନିଜ୍, ଫସଫରସ୍, ପଟାସିୟମ୍, ସୋଡିୟମ୍ ଏବଂ ଜିଙ୍କ୍