ବିଜେପି ସାଂସଦଙ୍କ ଦାଦାଗିରି । କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ମାରିଲେ ମାଡ ଦେଶ ବିଦେଶ By Kanak News Bureau On Jun 11, 2019 - 6:53 PM Last updated Jun 11, 2019 - 6:57 PM 2,892 Share କନକ ବ୍ୟୁରୋ : ଜଣେ କାର୍ଯ୍ୟରତ ପୁଲିସ୍ କନେଷ୍ଟବଳଙ୍କୁ ମାରିବା ସହ ହତ୍ୟା ଧମକ ଦେଇଥିବା କାରଣରୁ ବିଜେପି ସାଂସଦ ରେଖା ବର୍ମାଙ୍କ ବିରୋଧରେ ମାମାଲା ରୁଜ୍ଜୁ ହୋଇଛି। କନେଷ୍ଟବଳ ଶ୍ୟାମ ସିଂହ ରେଖାଙ୍କ ବିରୋଧରେ ମହମ୍ମଦ ପୁଲିସ୍ ଷ୍ଟେସନରେ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ ଆଣି ରେଖା ବର୍ମା ତାଙ୍କୁ ଚାପୁଡ଼ା ମାରିବ ସହ ହତ୍ୟା ଧମକ ଦେଇଥିବା କହିଛନ୍ତି। Kanak News is now on WhatsApp Join and get latest news updates delivered to you via WhatsApp Join Now ରେଖା ତାଙ୍କୁ ଏପରି ଭାବେ ମାଡ଼ ମାରିବା ପଛରେ କୌଣସି କାରଣ ନାହିଁ। କେବଳ ମାଡ଼ ନୁହେଁ, ରେଖା ତାଙ୍କ ଉପରେ ବହୁ ଅଶାଳୀନ ଭାଷା ପ୍ରୟୋଗ କରିଥିଲେ ବୋଲି ମଧ୍ୟ କନେଷ୍ଟବଳ ଶ୍ୟାମ ସିଂହ ଅଭିଯୋଗ କରି କହିଛନ୍ତି। ଶ୍ୟାମ ସିଂହ କହିଛନ୍ତି କି ‘ସେ ମୋ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ବିନା କାରଣରେ ମୋ ଉପରେ ହାତ ଉଠାଇ ତତକ୍ଷଣାତ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। ମୁଁ ତାଙ୍କ ବିରୋଧରେ ମାମଲା ଦାୟର କରିଛି। ଆଶା ରଖିଛି ଯେ ମୋତେ ନ୍ୟାୟ ମିଳିବ।’ 2,892 Share FacebookTwitterGoogle+WhatsAppTelegramEmailPrint