ଯୋଗୀ ସରକାରଙ୍କ ୬ ମାସ ପୂରଣ ! କେଉଁ ଦିଗରେ ବିଫଳ ଓ କେଉଁ ଦିଗରେ ସଫଳ ହୋଇଛନ୍ତି ଯୋଗୀ ଆଦିତ୍ୟନାଥ. . . ଆସନ୍ତୁ ଜାଣିବା

54

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିିତ୍ୟନାଥଙ୍କ ଶାସନକୁ ୬ ମାସ ପୁରିଲା । ଗତକାଲି ତଥା ୧୯ ସେପ୍ଟେମ୍ବରରେ ଯୋଗୀ ସରକାରଙ୍କୁ ୬ ମାସ ପୁରଣ ହୋଇଛି । ୧୯ ମାର୍ଚ୍ଚ ସଂନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିଲେ ଯୋଗୀ ଆଦିିତ୍ୟନାଥ । ଏପରିସ୍ଥଳେ ଯୋଗୀ ସରକାରଙ୍କ ୬ ମାସ ଶାସନ କାଳର ସବିଶେଷ ବିବରଣୀ ଚାହେଁ ଜନତା । ଏହାକୁ ଦୃଷ୍ଟିରେ ରଖି ଯୋଗୀ ଆଦିତ୍ୟ ନାଥ ୬ ମାସର ରିପୋର୍ଟ କାଡ଼ ର୍ ଉପସ୍ଥାପନ କରିବା ପାଇଁ ଯାଉଛନ୍ତି । କିନ୍ତୁ ଏହା ପୂର୍ବରୁ ଯୋଗୀ ଆଦିତ୍ୟନାଥ jogi adityanathପୂର୍ବବର୍ତ୍ତୀ ସମାଜବାଦୀ ପାର୍ଟି ଓ ବିଏସପି ସରକାରଙ୍କ ଉପରେ ଶ୍ୱେତପତ୍ର ଜାରି କରିଦେଇଛନ୍ତି । ସୋମାବର ଦିନ ଯୋଗୀ ଆଦିତ୍ୟନାଥ କ୍ୟାବିିନଟରେ ନିଜର ସହଯୋଗୀଙ୍କ ସହ ଏକ ପ୍ରେସ୍ କନଫରେନ୍ସ ଡକାଇ ବିଗତ ସରକାରଙ୍କ ଉଦ୍ଦେଶ୍ୟରେ ଶ୍ୱେତପତ୍ର ସାମ୍ନାରେ ରଖିଛନ୍ତି । ଏହାସହ ନିଜର ୬ ମାସର ରିପୋର୍ଟ କାର୍ଡ଼ ଉପସ୍ଥାପନ କରିବା ପାଇଁ ଆଉ ୨ ଦିନ ସମୟ ମାଗିଛନ୍ତି । ତେବେ ଆସନ୍ତୁ ଆଲୋଚନା କରିବା ୬ ମାସରେ ଯୋଗୀ ସରକାର ରାଜ୍ୟ ହିତରେ କି କି ପଦକ୍ଷେପ ନେଇଛନ୍ତି, ଆଉ ସେଥି ଭିତରୁ କେତେ ସଫଳ ହୋଇଛି ଆଉ କେତେ ବିପଳ ?

ଯୋଗୀ ସରକାରଙ୍କ କେଉଁ ଯୋଜନା ବିଫଳ ହୋଇଛି –
ବିଦ୍ୟୁତ ଯୋଗାଣ –
ଯୋଗୀ ଆଦିଥ୍ୟନାଥ ନିଜର ସକଂଳ୍ପ ପତ୍ର ପୁରା କରବା ପାଇଁ ପୁରା ଜୋର ଦେଇଥିଲେ । କିନ୍ତୁ ୬ ମାସରେ ସକଂଳ୍ପ ପତ୍ରରେ ଥିବା ୨୪ ଘଂଟା ବିଦ୍ୟୁତ ଯୋଗାଣ ନେଇ ଯେଉଁ ଘୋଷଣା କରିଥିଲେ ତାହା ପୂରଣ ହୋଇପାରି ନାହିଁ । ସରକାର ପ୍ରତିଶ୍ରୁତି ଦେଇଥିଲେ ୨୪ ଘଂଟା ବିଜୁଳି ସେବା ଚାଲୁ ରହିବ । କିନ୍ତୁ ୬ ମାସ ପୁରା ହେବା ପରେ ମଧ୍ୟ ବିଦ୍ୟୁତ ଯୋଗାଣ ନେଇ କରିଥବା ଦାବି ପୂରଣ କରିପାରିନାହାନ୍ତି ଯୋଗୀ ସରକାର । ଗୋଟିଏ ପଟେ ଯୋଗୀ ସରକାରଙ୍କ ୬ମାସ ପୂରଣ ହେବାର ଉତ୍ସବ ପାଳନ ହେଉଛି, ଆଉ ଅନ୍ୟପଟେ ୟୁପିରେ ଅନେକ ଜିଲ୍ଲାରେ ବିଜଳୁିର ହାଲ ବହୋଲ ରହିଛି । ବିଦ୍ୟୁତ ଯୋଗାଣରେ ଅନିୟମିତିତା ତଥା ଅସୁବିଧା କାରଣରୁ ବିଭିନ୍ନ ସ୍ଥାନରେ ଜନ ଅସନ୍ତୋଷ ଦେଥା ଦେଇଛି ଏବଂ ଏନେଇ ଲୋକେ ନାରାବାଜି ମଧ୍ୟ ଆରମ୍ଭ କରିଦେଇଛନ୍ତି । ତେବେ ବିବ୍ୟୁତ ସରବରାହ ଠିକ ହୋଇପାରୁ ନାହିଁ ବୋଲି ଖୋଦ୍ ବିଜୁଳି ମନ୍ତ୍ରୀ ମଧ୍ୟ ମାନୁଛନ୍ତି ।

ସ୍ୱାସ୍ଥ୍ୟ ବ୍ୟବସ୍ଥା –
gorakhpur୬ ମାସରେ ଯୋଗୀ ସରକାରଙ୍କ ବିଫଳତାରେ ଆଉ ଏକ ଫର୍ଦ ଯୋଡ଼ୁଛି ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଏହି ୬ ମାସରେ ଯୋଗୀ ସରକାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଅଧିକ ଟାର୍ଗେଟ ହୋଇଛନ୍ତି । ଜନ ସ୍ୱାସ୍ଥ୍ୟ ମାମଲା ନେଇ ଯୋଗୀ ସରକାର ସବୁବେଳେ ଟାର୍ଗେଟରେ ରହୁଛନ୍ତି । ଗୋରଖପୁରର ବିଆରଡ଼ି ମେଡ଼ିକାଲ କଲେଜରେ ଅକ୍ସିଜେନ୍ ଅଭାବରୁ ଶିଶୁ ମୃତ୍ୟୁ ଘଟଣା ପରେ ପୁରା ଦେଶରେ ଯୋଗୀ ସାରକାରଙ୍କ ଯୋଗ୍ୟତା ଉପରେ ସନ୍ଦେହ ସୃଷ୍ଟି କରିଥିଲା । ତେବେ ଏବେ ମଧ୍ୟ ସରକାରଙ୍କ ଅନୁସାରେ ଅକ୍ସିଜେନ ଅଭାବରେ ଶିଶୁଙ୍କର ମୃତ୍ୟୁ ହୋଇନି । କିନ୍ତୁ ଏକ ମାସ ମଧ୍ୟରେ ବିଆରଡ଼ି କଲେଜରେ ୩୦୦ ଶିଶଉଙ୍କ ମୃତ୍ୟୁ, ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଯୋଗୀ ସରକାରଙ୍କ ପ୍ରତିଶ୍ରୁତିକୁ ଖାରଜ କରିଛି । କେବଳ ବିଆରଡ଼ି କଲେଜ ପର୍ଯ୍ୟନ୍ତ ସୀମିତ କଥା ଥଲେ ଚଳିଥାଆନ୍ତି । କିନ୍ତୁ ଶିଶୁ ମୃତ୍ୟୁ ମାମଲା କେବେଳ ଗୋରଖପୁରରେ ନୁହେଁ ଫାରୁକାବାଦ ପର୍ଯ୍ୟନ୍ତ ପହଞ୍ଚିଥିଲା । ସେଠାରେ ମଧ୍ୟ ୫୦ ଶିଶୁ ମୃତ୍ୟୁ ପରେ ଯୋଗୀଙ୍କ ଶାସନ ଉପରେ ଗମ୍ଭୀର ପ୍ରଶ୍ନ ଉଠିଥିଲା । ଏ ମାମଲାକୁ ନେଇ ଯୋଗୀ ସରକାର କଡ଼ା ଯାଂଚ ଆଦେଶ ଦେଇଥିଲେ ହେଁ ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ଯୋଗୀ ସରକାର ଫେଲ ମାରିଛନ୍ତିି ।

ସଡ଼କ –
ଯୋଗୀ ଆଦିତ୍ୟନାଥ ନିଜ ଶାସନ କାଳର ପ୍ରାରମ୍ଭିକ ଦିନରେ ରାଜ୍ୟର ସମସ୍ତ ସଡ଼କ ଗାଡ଼ ମୁକ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସେ ମାଗିଥିବା ସମୟ ଠାରୁ ଦୁଇ ଗୁଣ ସମୟ ହେଲେ ମଧ୍ୟ ରାଜରେ ସଡ଼କ ଅବସ୍ତ।। ଏବେବି ପୂର୍ବ ପରି ରହିଛି । ୧୦୦ ଦିନ ପରେ ସରକାରଙ୍କ ତରଫରୁ ସଫେଇ ଦିଆଯାଇଥିବା ଭ୍ରଷ୍ଟାଚାରର ଗାଡ଼ ଏତେ ଯଲଦି ପୂରଣ ହେବନି ।

୬ ମାସରେ ଯୋଗୀ ସରକାରଙ୍କ ସଫଳ ଯୋଜନା – 

କୃଷି ଋଣଛାଡ ଯୋଜାନା –
ଯୋଗୀ ସରକାର ନିଜର ସକଳ୍ପ ପତ୍ରରେ ସବୁଠାରୁ ଅଧିକ କୃଷକଙ୍କ ଋଣଛାଡ଼ ଉପରେ ଗୁରୁତ୍ୱ ଦେଇଥିଲେ ।Yogi-Adityanath ତେବେ ଋଣଛାଡ଼ ଯୋଜନା ଲାଗୁ କରବାରେ ସଫଳ ହୋଇଛନ୍ତି ଯୋଗୀ ସରକାର । ତେବେ କିଛି ଦିନ ପୂର୍ବରୁ ଖବର ଆସିଥିଲା ଋଣଛାଡ଼ ନାମରେ ଯୋଗୀ ସରକାର ମାତ୍ର ୧୧୦୦ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଛାଡ଼ କରିଛନ୍ତି । କିନ୍ତୁ ପ୍ରାୟ ଏକ ଲକ୍ଷ କୃଷକଙ୍କର ଏକ ପର୍ଯ୍ୟନ୍ତ ଋଣଛାଡ ହୋଇଛି ।

ଆଇନ ବ୍ୟବସ୍ଥା –
ଆଇନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିଛନ୍ତି ଯୋଗୀ ସରାକର । ଶାସନ ଭାର ସମ୍ଭାଳୁ ସମ୍ଭାଳୁ ରୋଡ଼ ରୋମିଓଙ୍କ ଉପରେ ବର୍ଷିଥିଲେ ଯୋଗୀ ସରକାର । ଆଇନ ବ୍ୟବସ୍ଥାକୁ ଦେଖିଲେ ଜଣାପଡ଼ୁଛି ଏବେ ଆଇନ ବ୍ୟବସ୍ଥା ସରକାରଙ୍କ ନିୟନ୍ତ୍ରଣରେ ଅଛି । ପ୍ରଥମ ଚାରି ମାସରେ ବେଶ୍ କିଛି କଷ୍ଟ କରିବା ପାଇଁ ପଡ଼ିଥିଲା ଯୋଗୀ ସରକାଣଙ୍କୁ । କିନ୍ତୁ ଗତ ଦେଢ଼ ମାସ ହେବ ଏନକାଉଣ୍ଟର ଜରିଆରେ ବଦମାସମାନଙ୍କ ଉପଦ୍ରବ କମ ହୋଇଛି । ଏହି ୬ ମାସରେ ଯୋଗୀ ସରକାରଙ୍କ ପୋଲିସ ୪୨୦ ଏନକାଉଣ୍ଟର କରି ସାରିଛି, ଯେଉଁଠି ୧୫ ଜଣ ଦୁର୍ବୃତ୍ତ ମୃତ୍ୟୁବରଣ କରିଛନ୍ତି ।

ଆଣ୍ଟି ରୋମିଓ ଅଭିଯାନ –
ଆଣ୍ଟି ରୋମିଓ ଅଭିଯାନ ପାଇଁ ଆଦିତ୍ୟନାଥ ଯୋଗୀ ଶାସନ ଭାର ସମ୍ଭାଳୁ ସମ୍ଭାଳୁ ବେଶ୍ ଚର୍ଚ୍ଚାରେ ଥିଲେ । ତେବେ ଏହି ଆଣ୍ଟି ରୋମିଓ ସ୍ୱାର୍ଡ଼ ପାଇଁ ସମାଲୋଚନାର ଶିକାରମ ମଧ୍ୟ ହୋଇଥିଲେ ଯୋଗୀ । କାରଣ ଆଣ୍ଟି ରୋମିଓ ଅଭିଯାନ ବାହାନାରେ ବିଭିନ୍ନ ଅସାମାଜିକ ଯୁବକ ପ୍ରେମୀଯୁଗଳକଙ୍କୁ ହଇରାଣ କରୁଥିଲେ । କିନତୁ ବିଗତ ୨ ମାସ ହେବ ଏବେ ଆଂଟି ରୋମିଓ ସ୍ୱାର୍ଡ଼ ଚୁପ୍ ଚାପ କାମ କରୁଛି । ତେବେ ଏହି ଯୋଜନା କିଛି ପର୍ଯ୍ୟନ୍ତ ସଫଳ ହୋନପାରିଛି । ତେବେ ଆଣ୍ଟି ରୋମିଓ ସ୍ୱାର୍ନ ପାଇଁ ଅଖିଲେଶ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ହେଲ୍ପ ଲାଇନ ନମ୍ବର ୧୦୯ର ବହୁତ ଯୋଗଦାନ ରହିଛି ।

ଆଣ୍ଟି ଜମି ମାଫିଆ ଫୋର୍ସ –
ବିଜେପି ନିଜର ସକଂଳ୍ପ ପତ୍ରରେ ସରକାରୀ ଓ ଗରିବଙ୍କ ଜମିଙ୍କୁ ବଡ଼ ବଡ଼ିଆଙ୍କ କବଜାରୁ ମୁକୁଳାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଯାହା ଉପରେ ଯୋଗୀ ସରକାର ବହୁତ ପରିଶ୍ରମ ମଧ୍ୟ କରିଥିଲେ । ଏନେଇ ଆଣ୍ଟି ଜମି ମାଫିଆ ଫୋର୍ସ ମଧ୍ୟ ତିଆରି କରିଥିଲେ ଯୋଗୀ ଆଦିତ୍ୟନାଥ । ଯାହା କିଛି ପର୍ଯ୍ୟନତ ସଫଳ ହୋଇପାରିଛି । ତେବେ ଏବେ ଯୋଗୀ ସରକାର ନିଜର ୬ ମାସର କାର୍ଯ୍ୟକଳାପକୁ ନେଇ ବିପକ୍ଷଙ୍କ ଟାର୍ଗଟରେ ଅଛନ୍ତି ।