ଟିକଟକ୍ ସହ ଜଡିତ ହେବେ ପୋଲିସ୍ ! ଲୋକଙ୍କୁ ସଚେତନ କରିବେ ଏବଂ ଯୁବଗୋଷ୍ଠୀଙ୍କୁ ସୃଜନଶୀଳତାର ବାର୍ତ୍ତା ଶିଖାଇବେ ।

538

ଟିକଟକ୍ ରେ ଯୋଗଦେଲେ ପୋଲିସ୍ । ଲୋକପ୍ରିୟ ଚୀନ୍ ସର୍ଟ-ଫର୍ମ ଭିଡିଓ ପ୍ଲାଟଫର୍ମ ଟିକଟକ୍ କୁ ଆପଣାଇଛନ୍ତି ଉତ୍ତରଖଣ୍ଡ ପୋଲିସ୍ । ଲୋକଙ୍କ ସହ ସିଧାସଳଖ ଜଡିତ ହେବା ପାଇଁ ଉତ୍ତରଖଣ୍ଡ ପୋଲିସ୍ ଏବେ ଟିକଟକ୍ ଭିଡିଓ କରିବେ । ଆପଣଙ୍କୁ କହିରଖୁଛୁ ଏହା ପୂର୍ବରୁ କେରଳ ପୋଲିସ୍ ଟିକଟକରେ ନିଜ ଆକାଉଣ୍ଟ୍ ଖୋଲିଥିଲେ ଯେଉଁଥିରେ ଏବେ ୨.୨୫ ଲକ୍ଷରୁ ଅଧିକ ଲୋକ ଫଲୋଅର୍ସ ଅଛନ୍ତି ।

 

ବରିଷ୍ଠ ପୋଲିସ୍ ଅଧିକାରୀ ଅଶୋକ କୁମାରଙ୍କ କହିବାନୁସାର ଟିକଟକ୍ ଏଭଳି ଏକ ଆପ୍ ଯେଉଁଥିରେ ଆମେ ଜନତାଙ୍କ ସହ ବ୍ୟକ୍ତିଗତ ଭାବରେ ଜଡିତ ହୋଇପାରିବୁ । ସେ କହିଥିଲେ ଉତ୍ତରଖଣ୍ଡ ପୋଲିସ୍ ଟିକଟକ୍ ଆପ୍ ମାଧ୍ୟମରେ ସଡକ ସୁରକ୍ଷା,ମହିଳା ସୁରକ୍ଷା,ସାଇବର ସିକ୍ୟୁରିଟି ଏବଂ ଅନ୍ୟ ସବୁ ସାମାଜିକ ବିଷୟକୁ ନେଇ ଭିଡିଓ ସେୟାର୍ କରିବ । ଯୁବକମାନଙ୍କ ପାଇଁ ଭିନ୍ନ ଭିନ୍ନ ସୃଜନଶୀଳତାର ଭିଡିଓ ମଧ୍ୟ ପୋଲିସ୍ ସେୟାର୍ କରିବେ । ଏହାସହ ଟିକଟକ୍ ଲୋକପ୍ରିୟ ନିର୍ମାତାଙ୍କ ସହ ମଧ୍ୟ କଥାବାର୍ତ୍ତା କରି ଏହି ସବୁ ଭିଡିଓକୁ କିଭଳି ଅଧିକରୁ ଅଧିକ ପ୍ରଭାବପୂର୍ଣ୍ଣ ଶୈଳୀରେ ଲୋକଙ୍କୁ ଦେଖାଯାଇ ପାରିବ ଏନେଇ ପ୍ରୟାସ କରାଯିବ । ଏହାସହ ଉତ୍ତରାଖଣ୍ଡର ସାମାଜିକ କାର୍ଯ୍ୟକ୍ରମକୁ ମଧ୍ୟ ଟିକଟକ୍ ରେ ଦେଖାଯିବ ।