ନୀତି ଆୟୋଗ ବୈଠକରେ ଓଡ଼ିଶା ରଖିଲା ଦାବି: ଭାଗଚାଷୀଙ୍କୁ କୃଷୀ ଋଣ ସହ ପଶୁପାଳନ ଓ ମାଛଚାଷକୁ ବୀମା ଅନ୍ତର୍ଭୁକ୍ତ କରିବାକୁ ଦାବି

କୃଷି ମନ୍ତ୍ରୀ କହିଲେ, ଦୁଇ ସପ୍ତାହ ମଧ୍ୟରେ ଆଉ କିଛି ପ୍ରସ୍ତାବ ଦେଇପାରେ ଓଡ଼ିଶା

990

କନକ ବ୍ୟୁରୋ: ନୀତି ଆୟୋଗ ବୈଠକରୁ ଫେରିବା ପରେ ଓଡ଼ିଶା ରଖିଥିବା ଦାବି ନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଭାଗଚାଷୀଙ୍କୁ କୃଷିଋଣ ଓ ଅନ୍ୟ ଚାଷୀ ମାନଙ୍କୁ ଯେଉଁଭଳି  ସୁବିଧା ଦିଆଯାଉଛି ସେହିଭଳି ପଶୁପାଳନ ଓ ମାଛଚାଷ , ହର୍ଟିକଲଚରକୁ ଲୋନ ଓ ବୀମା ଅନ୍ତର୍ଭୁକ୍ତ କରିବାକୁ ନୀତି ଆୟୋଗ ବୈଠକରେ ଦାବି ରଖିଛି ଓଡ଼ିଶା ।

ବ୍ୟବସାୟ ପାଇଁ କୌଶଳ ବିକାଶ ଓ ଦକ୍ଷତା ଶିଖାଯିବା ଓ ପାରମ୍ପରିକ ଚାଷ ବଦଳରେ ଅର୍ଥନୈତିକ ଫାଇଦା ଦେଉଥିବା ଚାଷକୁ ଉତ୍ସାହିତ କରାଯିବା ନେଇ ଦାବୀ ରଖିଛନ୍ତି କୃଷି ମନ୍ତ୍ରୀ  । ଉନ୍ନତ ମାନର ସାଟେଲାଇଟ ଓ ମାପିଙ୍ଗ ଭଳିି ଜ୍ଞାନକୌଶଳକୁ ବ୍ୟବହାର କରାଯାଉ । ଏହାସହ ୨ସପ୍ତାହ ମଧ୍ୟରେ ଅନ୍ୟକିଛି ପ୍ରସ୍ତାବ ଦେଇପାରେ ଓଡିଶା ।