ଏବେ ହ୍ୟାକର୍ସଙ୍କ ଟାର୍ଗେଟରେ ଏନଡିଆରଏଫ, ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ନେଇ ମଧ୍ୟରାତ୍ରରେ ସୂଚନା

113

କନକ ବ୍ୟୁରୋ : ଶନିବାର ମଧ୍ୟ ରାତ୍ରରେ ଏନଡିଆରଏଫର ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଥିବା ନେଇ ସୂଚନା ମିଳିଛି । ଏନେଇ ଏନଡିଆରଏଫର ଜଣେ ବରିଷ୍ଠ ଅଧିକାରୀ ରବିବାର ଦିନ ସୂଚନା ଦେଇ କହିଛନ୍ତି କି ଟେକ୍ନିକାଲ ଏକ୍ସପର୍ଟମାନେ ଏନେଇ ଏବେ ଯାଂଚ କରୁଛନ୍ତି । ଖୁବଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ଅଧିକାରୀ ଜଣଙ୍କ ଆଶା ପ୍ରକଟ କରିଛନ୍ତି । ଅଧିକାରୀଙ୍କ ସୂଚନା ମୁତାବକ ଏହି ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ବାର୍ତ୍ତାଗୁଡିକ ମଧ୍ୟରୁ କିଛି ଦେଖିବାକୁ ମିଳିଥିବା ବେଳେ କିଛି ଦେଖିବାକୁ ମିଳୁନାହିଁ, ହେଲେ ଅଧିକାରୀଙ୍କ ଡିସପ୍ଲେ ଫଟୋ ଓ ସଂଘୀୟ ବଳ ସମ୍ବନ୍ଧରେ ସମସ୍ତ ସୂଚନା ଉପଲବ୍ଧ ରହିଛି ।

ଏହା ପୂର୍ବରୁ ବି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟ କିଛି ସମୟ ପାଇଁ ହ୍ୟାକ ହୋଇଥିବା ନେଇ ଖବର ପ୍ରଚାର ହୋଇଥିଲା । ଏହା ଜାଣିବା ପରେ ଟେକ୍ନିକାଲ ଏକ୍ସପର୍ଟଙ୍କ ଦ୍ୱାରା ତୁରନ୍ତ ଏହାର ସମାଧାନ କରାଯାଇଥିଲା । ଏହି ସମୟରେ ହ୍ୟାକରମାନେ ଅଧିକାରୀଙ୍କ ଟ୍ୱିଟର ଆକାଉଣ୍ଟରୁ ଉଦ୍ୟୋଗପତି ଏଲନ ମସ୍କଙ୍କୁ କିଛି ବାର୍ତ୍ତା ଲେଖି ଟ୍ୟାଗ କରିଥିଲେ । ଏନେଇ ସେତେବେଳେ ମନ୍ତ୍ରଣାଳୟ କହିଥିଲା କି ମାତ୍ର ୧୦-୧୫ ମିନିଟ ପର୍ଯ୍ୟନ୍ତ ହ୍ୟାକରମାନେ ଏହି ଆକାଉଣ୍ଟକୁ ହ୍ୟାକ କରିନେଇଥିଲେ । .
କେବଳ ଏତିକି ନୁହେଁ ତାହା ପୂର୍ବରୁ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଥିବା ନେଇ ଖବର ପ୍ରସାରଣ ହୋଇଥିଲା । ହ୍ୟାକରମାନେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ କରି ଭାରତରେ ବିଧିବଧ ଭାବେ ବିଟକଏନକୁ ବୈଦ୍ଧ ଘୋଷଣା କରାଯାଇଥିବା ନେଇ ଟ୍ୱିଟ କରିଥିଲେ ।