ରାଜ୍ୟର ଆଉ ୭ଟି ଜିଲ୍ଲାରେ ଖୋଲିବ ଡାଏଲିସିସ୍ କେନ୍ଦ୍ର ! ଜିଲ୍ଲାସ୍ତରରେ ସୁବିଧା ପାଇବେ କିଡ୍‌ନି ରୋଗୀ

130

କନକ ବ୍ୟୁରୋ : ରାଜ୍ୟର ଆଉ ୭ ଜିଲ୍ଲାରେ ଡାଏଲିସିସ୍ କେନ୍ଦ୍ର ଖୋଲିବ । କିଡ୍‌ନି ରୋଗୀମାନେ ଜିଲ୍ଲାସ୍ତରରେ ଡାଏଲିସିସ୍‌ର ସୁବିଧା ପାଇପାରିବେ । ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିପିପି ମୋଡ୍‌ରେ ଗତକାଲି ଏକ ଡାଏଲିସିସ୍ କେନ୍ଦ୍ର କାର‌୍ୟ୍ୟକ୍ଷମ ହୋଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ରାଜ୍ୟର ୧୭ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଗୋଟିଏ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାଏଲିସିସ୍ ବ୍ୟବସ୍ଥା ଆରମ୍ଭ ହୋଇଛି । ୨୦୧୮/୧୯ବର୍ଷରେ ଏ ପର‌୍ୟ୍ୟନ୍ତ ୧୯ଟି ନୂତନ ଡାଏଲିସିସ୍ କେନ୍ଦ୍ର କାର‌୍ୟ୍ୟକ୍ଷମ ହୋଇଛି ।

କ୍ୟାପିଟାଲ ହସ୍ପିଟାଲ, ଅନୁଗୁଳ, ବାଲେଶ୍ବର, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ଢେଙ୍କାନାଳ, କଳାହାଣ୍ଡି, ନୂଆପଡ଼ା, କେନ୍ଦୁଝର, କୋରାପୁଟ, ନୟାଗଡ଼, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେବା ଉପଲବ୍ଧ ହେଉଛି । ବୀମା ମୂଲ୍ୟରେ ରୋଗୀ ଚିହ୍ନଟ, ଡାକ୍ତରୀ ପରୀକ୍ଷା ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ଏହି ସମସ୍ତ ଡାଏଲିସିସ୍ କେନ୍ଦ୍ରରେ ଚଳିତବର୍ଷ ଏ ପର‌୍ୟ୍ୟନ୍ତ କିଡ୍‌ନି ରୋଗୀଙ୍କ ୨୮ ହଜାର ୬୫୫ ଥର ମାଗଣାରେ ଡାଏଲିସିସ୍ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।