କଂଗ୍ରେସ ଉପରେ ବର୍ଷିଲେ ସ୍ମୃତି ଇରାନୀ ! ଭିଣୋଇଙ୍କ ସହ ଶ୍ୟାଳକ ରାହୁଲ ବି ଭ୍ରଷ୍ଟାଚାରରେ ସାମିଲ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

126

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହେବାପରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପର ପର୍ବ । ସମସ୍ତ ରାଜନୈତିକ ଦଳଗୁଡ଼ିକ କାଦୁଅ ଫୋପଡ଼ା ଫୋପଡ଼ି ହେଉଛନ୍ତି । ଗୋଟିଏ ପଟେ ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ ବିଜେପି ଉପରେ ଭ୍ରଷ୍ଟାଚାର ଅଭିଯୋଗ ଆଣୁଛି । ଅନ୍ୟପଟେ ବିଜେପି କଂଗ୍ରେସକୁ ଜମି ଘୋଟାଲା ମୁଦ୍ଦା ନେଇ ଘେରିବା ପାଇଁ ଚେଷ୍ଟା କରୁଛି । ଏହି ପରିପେକ୍ଷୀରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କେବଳ ସଂସ୍ତାଗତ ଭ୍ରଷ୍ଟାଚାର ପ୍ରଦାନ କରିଛି ।

ଜମି ଘୋଟଲା ନେଇ କଂଗ୍ରେସକୁ ଘେରିଛନ୍ତି ସ୍ମୃତି । ସେ କହିଛନ୍ତି ଭିଣୋଇ ରବର୍ଟ ଭଦ୍ରାଙ୍କ ସଙ୍ଗେ ରାହୁଲ ଭ୍ରଷ୍ଠାଚାର ଲିପ୍ତ ଅଛନ୍ତି । କଂଗ୍ରେସର ପୁରା ପ୍ୟାମିଲି ପ୍ୟାକେଜ ଭ୍ରଷ୍ଟାଚାରରେ ଲିପ୍ତ ବୋଲି ଅଭିଯୋଗ । ଗାନ୍ଧୀ ପରିବାର ହିଁ ଭ୍ରଷ୍ଟାଚାରକୁ ଉତ୍ସାହିତ କରିଛନ୍ତି । ରାହୁଲ ପ୍ରତିରକ୍ଷା ଡିଲରେ ଏତେ ରୁଚି କାହିଁକି ରଖୁଛନ୍ତି ବୋଲି ଜନତାଙ୍କୁ ଜବାବ ଦିଅନ୍ତୁ ବୋଲି ସ୍ମୃତି ଇରାନୀ କହିଛନ୍ତି ।

ବିଶ୍ୱସ୍ତ ସୂତ୍ରରୂ ସୂଚନା ମିଳିଛି ଏଚ ଏଲ ପାହୱା ନାମକ ଜଣେ ବ୍ୟକ୍ତିଙ୍କ ସହ ରାହୁଲ ଗାନ୍ଧୀଙ୍କ ଆର୍ଥିକ ହେରଫେର ନେଇ ସମ୍ବନ୍ଧ ରହିଛି । ଏଚ ଏଲ ପାହୱାଙ୍କ ଘରେ ରେଡ଼୍ ସମୟରେ ରାହୁଲ ଗାନ୍ଦୀଙ୍କ ସହ ନେଣଦେଣ ଦସ୍ତାବିଜ ଉଦ୍ଧାର ହୋଇଛି ବୋଲି ଅଭିଯୋଗ କରିଛନ୍ତି ସ୍ମୃତି । ରାହୁଲଙ୍କୁ ଟାର୍ଗେଟ କରି କହିଛି ଜମି ଘୋଟରାରେ ରବର୍ଟ ଭଦ୍ରାଙ୍କ ଭୂମିକା ରହିଛି । କିନ୍ତୁ ତଥ୍ୟ ଅନୁସାରେ ସେହି ଘୋଟାଲାରେ ରାହୁଲ ମଧ୍ୟ ଲିପ୍ତ ହୋଇଛି ।