ତୁର୍କିରେ ଭୟଙ୍କର ଭୂମିକମ୍ପ ପରେ ଓଡିଶାର ତାଳଚେରକୁ ନେଇ ଚିନ୍ତା : ଲୋକସଭାରେ ଉଦବେଗ ପ୍ରକାଶ କଲେ ସାଂସଦ ଭର୍ତ୍ତୃହରି ମହାତବ

3,885

କନକ ବ୍ୟୁରୋ : ତୁର୍କୀରେ ଭୟଙ୍କର ଭୂମିକମ୍ପ ପରେ ଓଡ଼ିଶାକୁ ଘାରିଲାଣି ତାଳଚେର ଚିନ୍ତା । ତାଳଚେରବାସୀଙ୍କ ଭୟ ଓ ଆଶଙ୍କା ବଢିବାରେ ଲାଗିଛି । ଅନୁଗୁଳ ଜିଲ୍ଲାର ଏହି ଗୁରୁତ୍ୱପୂର୍ଣ୍ଣ ଅଂଶ ବା ଅର୍ଥନୈତିକ କରିଡ଼ର ପ୍ରତି କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଏବେ ବିଭିନ୍ନ ମହଲରେ ଚିନ୍ତାର କାରଣ ହେଲାଣି ।

ଏହାକୁ ନେଇ ସଂସଦରେ ଉଦବେଗ ପ୍ରକାଶ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସାଂସଦ ତଥ୍ୟ ରଖିଛନ୍ତି । କହିଛନ୍ତି ଓଡ଼ିଶାରେ ସ୍ଥିତି ଆହୁରି ଗମ୍ଭୀର ରହିଛି । ତାଳଚେର କୋଇଲା ଖଣି ଅଞ୍ଚଳର ହାଣ୍ଡିଧୂଆ ଓ ଦେଉଳବେଢା ଖଣି ଭିତରେ ବାଲି ଭର୍ତ୍ତି କରାଯାଇନାହିଁ । ଫଳରେ ଏଠାରେ ମଧ୍ୟ ଭୂସ୍ଖଳନ ହେବା ଆଶଙ୍କା ରହିଛି ।

– ହାଣ୍ଡିଧୂଆ ଖଣି ୧୯୯୮ ମସିହାରୁ ବନ୍ଦ ହୋଇସାରିଲାଣି
– ୫ ଲକ୍ଷ ୮୫ ହଜାର କ୍ୟୁବିକ୍ ମିଟର ବାଲି ଭର୍ତ୍ତି ହେବା କଥା
– ୨୫ ବର୍ଷ ପରେ ବି ୪ ଲକ୍ଷ ୩୨ ହଜାର ୧୪୫ କ୍ୟୁବିକ୍ ମିଟର ବାଲି ଭର୍ତ୍ତି ହୋଇଛି
– ୧ ଲକ୍ଷ ୫୨ ହଜାର ୮୫୫ କ୍ୟୁବିକ୍ ମିଟର ଅଞ୍ଚଳକୁ ଖାଲି ଛାଡି ଦିଆଯାଇଛି
– ଦେଉଳବେଢା ଖଣି ୨୦୦୬ ମସିହାରୁ ବନ୍ଦ ହୋଇସାରିଲାଣି
– ୩ ଲକ୍ଷ ୩୦ ହଜାର ୪୪୦ କ୍ୟୁବିକ୍ ମିଟର ବାଲି ଭର୍ତ୍ତି ହେବା କଥା
– ମାତ୍ର ୧ ଲକ୍ଷ ୬ ହଜାର ୧୦୦ କ୍ୟୁବିକ୍ ମିଟର ବାଲି ଭର୍ତ୍ତି ହୋଇଛି
– ୨ ଲକ୍ଷ ୨୪ ହଜାର ୩୦୦ କ୍ୟୁବିକ୍ ମିଟର ଅଂଚଳ ଛାଡି ଦିଆଯାଇଛି