ଦିଲ୍ଲୀ ଗଲେ ଅଭିନେତା ପିଣ୍ଟୁ ନନ୍ଦ : ଗୁରୁତର ଲିଭର ଜନିତ ସମସ୍ୟା ନେଇ ହେଉଛନ୍ତି ଚିକିତ୍ସିତ

451

କନକ ବ୍ୟୁରୋ : ଗୁରୁତର ଅସୁସ୍ଥ ଥିବା ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ନିଆଯାଇଛି । ଗୁରୁତର ଯକୃତ ଜନିତ ସମସ୍ୟାରେ ପୀଡିତ ହୋଇଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ଦିଲ୍ଲୀର ଆଇଏଲବିଏସ୍ ହସ୍ପିଟାଲରେ ପିଣ୍ଟୁଙ୍କ ଚିକିତ୍ସା କରାଯିବ । ସେଠାରେ ତାଙ୍କର ଯକୃତ ପ୍ରତିରୋପଣ କରାଯିବ ବୋଲି ଜଣାପଡ଼ିଛି ।

ତାଙ୍କ ଜଣେ ବନ୍ଧୁ ନିଜର ଲିଭର ଦାନ କରିବାକୁ ଯୋଜନା କରାଯାଇଛି । ଯକୃତ ପ୍ରତିରୋପଣ ପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଯକୃତ ପ୍ରତିରୋପଣ ପରେ ତାଙ୍କୁ ପାଖାପାଖି ୩ ମାସ ପର୍ଯ୍ୟନ୍ତ ଚିକିତ୍ସାଧୀନ ରଖାଯିବ । ପିଣ୍ଟୁଙ୍କ ଆଶୁ ଆରୋଗ୍ୟ କାମନା କରିଛିି ପୁରା ଓଲିଉଡ । ତେବେ ପିଣ୍ଟୁଙ୍କ ଚିକିତ୍ସା ପାଇଁ ବହୁ ଟଙ୍କାର ଆବଶ୍ୟକତା ଥିବାରୁ ଏଥିପାଇଁ ତାଙ୍କ ପରିବାର ଲୋକଙ୍କ ସମେତ ଓଲିଉଡ ବି ଆଗେଇ ଆସିଛି ।