ଧର୍ମଶାଳାରେ ରାଜନୈତିକ ହିଂସା । ରାଲି ଉପରେ ଚଢାଇ ଦେଲେ ସ୍କର୍ପିଓ ଗାଡି । ୪ ଲୋକଙ୍କ ଭାଙ୍ଗିଲା ବାଇକ୍, ଭାଙ୍ଗିଲା ଗୋଡ ।

178

କନକ ବ୍ୟୁରୋ: ଧର୍ମଶାଳା ପାଖର ପଞ୍ଚାୟତରେ ରାଜନୈତିକ ହିଂସା । ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କ ରାଲିରେ ଘଟିଛି ଅଘଟଣ । ରାଲି ଚାଲିଥିବାବେଳେ, ଜଣେ ଜୈନକ ବ୍ୟକ୍ତି ରାଲି ଉପରେ ଗାଡି ଚଢାଇ ଦେଇଥିବା ଜଣାପଡିଛି । ତେବେ ଗାଡି ଚଢାଇଥିବା ବ୍ୟକ୍ତି ଜଣକଙ୍କ ନାମ ଦିଲ୍ଲୀପ ବେହେରା ବୋଲି ଜଣାପଡିଛି । ତେବେ ସ୍କର୍ପିଓ ଗାଡି ମାଡିଯିବାରୁ ୩ରୁ ୪ ଜଣ ଲୋକଙ୍କ ବାଇକ୍ ଭାଙ୍ଗିଛି । ତା ସହିତ ଜଣେ ବ୍ୟକ୍ତିଙ୍କ ଗୋଡ ମଧ୍ୟ ଭାଙ୍ଗିଥିବା ନେଇ ସୂଚନା ରହିଛି ।