ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର,ମଇଦାନରେ ହେଭିୱେଟ ପ୍ରଚାରକ ।

62

କନକବ୍ୟୁରୋ:ଜୁନ ୧ରେ ପଡିବ ଦେଶରେ ଶେଷ ପର୍ଯ୍ୟାୟ ଭୋଟ୍ । ଏଥିପାଇଁ ବିଜେପି ଓ ଇଣ୍ଡି ମେଂଟ ପ୍ରଚାରକୁ ଆହୁରି ଜୋରଦାର କରିଛନ୍ତି । ଉତରପ୍ରଦେଶରେ ମାରାଥନ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅନ୍ୟପଟେ ଇଣ୍ଡି ବ୍ଲକର ସହଯୋଗୀ ତଥା ସପା ନେତା ଅଖିଳେଶ ଯାଦବ ବି ଉତ୍ତରପ୍ରଦେଶରେ ଧୁଆଁଧାର ପ୍ରଚାର କରି ମେଂଟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ନିବେଦନ କରିଛନ୍ତି । ଅନ୍ୟପଟେ ବିହାରର ବିଭିନ୍ନ ସଂସଦୀୟ କ୍ଷେତ୍ରରେ ମାରାଥନ ପ୍ରଚାର କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।