ତାତିରୁ ମିଳିବ ତ୍ରାହି, ଆଗୁଆ ଆସୁଛି ମୌସୁମୀ । ୫ଦିନ ପୂର୍ବରୁ କେରଳରେ ହେବ ମୌସୁମୀ ବର୍ଷା ।

401

କନକବ୍ୟୁରୋ: ନିର୍ଦ୍ଧାରିତ ସମୟଠୁ ଶୀଘ୍ର ଆସିବ ମୌସୁମୀ । ଆଗାମୀ ୫ ଦିନ ଭିତରେ କେରଳ ଛୁଇଁପାରେ ମୌସୁମୀ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ସଂସ୍ଥା । ମୌସୁମୀ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ୫ ଦିନ ଭିତରେ ଏହା କେରଳ ଉପକୂଳ ଛୁଇଁବ । ଆଇଏମଡିର ସୂଚନା ଅନୁସାରେ, ପ୍ରତିବର୍ଷ ପାଖାପାଖି ଜୁନ୍ ମାସ ଆଡକୁ ମୌସୁମୀ ବାୟୁ କେରଳ ପହଁଚିଥାଏ । ପରେ କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ଗୋଆରେ ଜୁନ୍ ୫ ସୁଦ୍ଧା ପ୍ରବେଶ କରିଥାଏ ।

ଜୁନ୍ ୧୦ ସୁଦ୍ଧା ତେଲେଙ୍ଗାନା, ସିକିମ୍ ଓ ମହାରାଷ୍ଟ୍ରକୁ ପ୍ରବେଶ କରେ । ଜୁନ୍ ୧୫ରେ ବିହାର, ଝାରଖଣ୍ଡ, ଓଡିଶା, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ପ୍ରବେଶ କରେ ଏବଂ ଜୁନ୍ ୨୦ ସୁଦ୍ଧା ସମଗ୍ର ଦେଶରରେ ସକ୍ରିୟ ହୁଏ ମୌସୁମୀ ବାୟୁ । ହେଲେ ଚଳିତ ବର୍ଷ ମେ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ । ଆରବ ସାଗର ବା ଦକ୍ଷିଣ ଆଣ୍ଡାମାନ୍ ସାଗରେ ମୌସୁମୀ ଆସିବା ପୂର୍ବରୁ ଗତିବିଧି ଆରମ୍ଭ ହୋଇଯାଇଛି । ମୌସୁମୀ ଆଗୁଆ ଆସୁଥିବାରୁ ଏଥର ଭଲ ବର୍ଷା ହେବାର ଅନୁମାନ କରାଯାଉଛି ।