ରିଲାଏନ୍ସ ଆଣିଲା ହାଇଡ୍ରୋଜେନ୍ ଟ୍ରକ୍ । ଆଉ ରହିବନି ପେଟ୍ରୋଲ ଡିଜେଲ୍ ଟେନସନ୍

235

କନକ ବ୍ୟୁରୋ : ଏଣିକି ପେଟ୍ରୋଲ ଡିଜେଲ ଉପରେ ନିର୍ଭର ହୋଇ ରହିବେନି ମାଲବାହୀ ଗାଡି । ରିଲାଏନ୍ସ ଆଣିଛି ହାଇଡ୍ରୋଜେନ୍ ଚାଳିତ ଟ୍ରକ୍ । ଇଣ୍ଡିଆ ଏନର୍ଜି ୱିକରେ ଏହି ଟ୍ରକକୁ ଲଞ୍ଚ କରିଛି ରିଲାଏନ୍ସ । ଏହା ଦେଶର ପ୍ରଥମ ଏଚ୍-୨ଆଇସିଇ ଟେକ୍ନୋଲୋଜି ଟ୍ରକ୍ ଅଟେ । ଇଣ୍ଡିଆ ଏନର୍ଜି ୱିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇ ଏହାର ଉଦଘାଟନ କରିଛନ୍ତି ।

ରିଲାଏନ୍ସ ଲଞ୍ଚ କରିଥିବା ଏହି ଟ୍ରକ୍ ଡିଜେଲ୍ ଟ୍ରକ୍ ଭଳି ପାୱାର୍ ଉତ୍ପାଦନ କରିଥାଏ । ଡିଜେଲ ଗାଡି ଭଳି ମାଲ ମଧ୍ୟ ବହି ନେବାରେ ଏହି ଟ୍ରକ୍ ସମ୍ପୁର୍ଣ୍ଣ ସକ୍ଷମ । କିନ୍ତୁ ଏହି ଟ୍ରକ୍ ଡିଜେଲ୍ ଟ୍ରକ୍ ଭଳି ଶବ୍ଦ କରିନଥାଏ । ସବୁଠୁ ବଡ କଥା ହେଉଛି ଏହି ଗାଡିର ପରିଚାଳନା ଖର୍ଚ୍ଚ ଡିଜେଲ୍ ଗାଡିଠାରୁ ଖୁବ୍ କମ୍ । ଏହି ସହିତ ଏହା ପ୍ରଦୂଷଣ ମଧ୍ୟ କରିନଥାଏ । ଏହାର ଅର୍ଥ ଏହା ଭବିଷ୍ୟତରେ ଗ୍ରୀନ୍ ମୋବିଲିଟିକୁ ଏକ ନୂଆ ପରିଭାଷା ଦେବ ।

ସମସ୍ତେ ଜାଣନ୍ତି ପେଟ୍ରୋଲ ଡିଜେଲର ଦର ବୃଦ୍ଧି ପାଇଲେ ଅନ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ଆପେ ଆପେ ବୃଦ୍ଧି ପାଇଥାଏ । ଏହାର କାରଣ ହେଉଛି ଟ୍ରାନ୍ସପୋଟିଂ ଚାର୍ଜ । ତୈଳ ଦର ବଢିବା ଦ୍ୱାରା ଟ୍ରାନ୍ସପୋଟିଂ ଚାର୍ଜ ମଧ୍ୟ ବଢିଥାଏ । କିନ୍ତୁ ଏହି ହାଇଡ୍ରୋଜେନ୍ ଟ୍ରକ୍ ଆସିବା ପରେ ଆଗକୁ ପେଟ୍ରୋଲ ଡିଜେଲ ଦର ବୃଦ୍ଧିର ପ୍ରଭାବ ଅନ୍ୟ ସାମଗ୍ରୀ ଉପରେ ପଡିବ ନାହିଁ ବୋଲି ଆଶା କରାଯାଉଛି ।