ସ୍ୱାମୀ, ସ୍ତ୍ରୀଙ୍କ ଆତ୍ମହତ୍ୟା । ଘର ଭିତରୁ ମିଳିଲା ଦମ୍ପତ୍ତିିଙ୍କ ମୃତଦେହ । ସିମୁଳିଆ ପୁରୁଷୋତ୍ତମପୁରରେ ଚାଞ୍ଚଲ୍ୟ ।

3,699

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତମପୁରରେ ଅଭାବନୀୟ ଘଟଣା । ପାର୍ବତୀପୁର ଗାଁରେ ଘର ଭିତରୁ ମିଳିଲା ଦମ୍ପତ୍ତିିଙ୍କ ମୃତଦେହ । ମୃତକ ହେଲେ ମନୋଜ ମହାକୁଡ ଓ ସସ୍ମିତା ମହାକୁଡ । ଦୁହେଁ ଗତ ରାତିରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ରବିବାର ଅପରାହ୍ମରେ ଦୀର୍ଘ ସମୟ ଧରି ମନୋଜ ଓ ସସ୍ମିତା କବାଟ ଖୋଲି ନଥିବାରୁ କବାଟ ତାଡି ଭିତରକୁ ଫସିଥିଲେ ପରିବାର ଲୋକେ । ସେତେବେଳ ଦୁହିଁଙ୍କ ମୃତଦେହ ମିଳିଥିଲା । ଦୁହିଁଙ୍କ ବେକରେ ଇଲେକ୍ଟ୍ରି ତାର ଗୁଡେଇ ହୋଇଥିବା ଦେଖିବାକୁ ମିଳିଥିଲା । ସେମାନଙ୍କୁ ଛୁଇଁବାରୁ ତାଙ୍କ ଶରୀର ବିଦ୍ୟୁତ୍ ଚାର୍ଜ ଥିବା ଜଣାପଡିଥିଲା । ଦୁଇଜଣ ବିଦ୍ୟୁତ ଆଘାତରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି କରୁଛି ।