କୋର୍ଟରେ କାନ୍ଦିଲେ ସ୍ୱାତୀ ମାଲିୱାଲ,ମାରପିଟ ସହ ତାଙ୍କ ସହ ଅଭିଯୁକ୍ତ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ବୈଭବଙ୍କ ଜାମିନ ଆବେଦନ ଖାରଜ

123

କନକବ୍ୟୁରୋ: କୋର୍ଟରେ କାନ୍ଦିଲେ ସ୍ୱାତୀ ମାଲିୱାଲ । ଆଜି ତିସ ହଜାରୀ କୋର୍ଟରେ ଦୁର୍ବ୍ୟବହାର ମାମଲାରେ ବୈଭବ କୁମାରଙ୍କ ଜାମିନ ଆବେଦନ ଶୁଣାଣୀ ହୋଇଛି । କୋର୍ଟ ଜାମିନ ଆବେଦନକୁ ଖାରଜ କରିଛନ୍ତି । ତେବେ ଶୁଣାଣୀ ସମୟରେ ବୈଭବଙ୍କ ଓକିଲ ଦ୍ରୌପଦୀ ବସ୍ତ୍ରହରଣ ଓ କୌରବ ପାଣ୍ଡବଙ୍କ ଉଦାହରଣ ଦେଇଥିଲେ । ଯାହାକୁ ଶୁଣିବା ପରେ ସ୍ୱାତୀ କାନ୍ଦି ପକାଇଥିବା ଜଣାପଡିଛି । ସ୍ୱାତୀ କହିଛନ୍ତି ତାଙ୍କ ସହ ମାରପିଟ ହୋଇଛି । ବୈଭବଙ୍କ ସହ ପୁରା ଆମ ଆଦମୀ ପାର୍ଟି ରହିଛି । ଦଳ ନେତା ମନ୍ତ୍ରୀଙ୍କୁ ଯେଉଁ ସୁବିଧା ମିଳେନି ବୈଭବଙ୍କୁ ସେହି ସୁବିଧା ମିଳୁଛି । ।ତେଣୁ ମାମଲାକୁ ଚପାଇବାକୁ ଉଦ୍ୟମ ହେଉଛି ।