ମାଛିଙ୍କ ଦାଉରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ୬ଟି ଘରୋଇ ଉପାୟ

70

ବର୍ଷା ଦିନରେ ଆମ ଚତୁଃପାଶ୍ୱର୍ର ବାତାବରଣରେ ବହୁତ ପରିବର୍ତ୍ତନ ଆସେ । ଘର ସନ୍ତସନ୍ତିଆ ଓ ଅଳିଆ ହେବା, ଘର ତଥା ଆଖପାଖ ଅଂଚଳରେ ପାଣି ଭର୍ତ୍ତି ଖାଲ, ଖୋଲା ପଡିଥିବା ଅଳିଆ ଗଦା ଇତ୍ୟାଦି । ଏହା ଉପରେ ବି ଏକ ନଜର ପକାଇବା ଜରୁରୀ । କାହିଁକିନା ଏହି ସମସ୍ତ ସ୍ଥାନରେ ଅଧିକ କୀଟ ସୃଷ୍ଟି ହୁଅନ୍ତି ଏବଂ ମାଛି ଆମକୁ ହଇରାଣ କରନ୍ତି । ଏହି ଘରୋଇ ଉପାୟରେ ମାଛିକୁ କରନ୍ତୁ ଦୂର ।

• କର୍ପୂର : ଏହା ମାଛିଙ୍କୁ ଘରକୁ ଆସିବାକୁ ରୋକେ । ଅଳ୍ପ କର୍ପୂର ଜଳାଇ କୋଠରୀରେ ଧୂଆଁ କରନ୍ତୁ ।

• ତୁଳସୀ : ତୁଳସୀ ମାଛି ତଡିବାରେ ବହୁତ ସହାୟକ ହୋଇଥାଏ । ଘରେ ତୁଳସୀ ଗଛ ଲଗାନ୍ତୁ ଏବଂ ମାଛିକୁ ଭଗାନ୍ତୁ । ଏହା ବ୍ୟତୀତ ଆପଣ ପୁଦିନା, ଲେଭେଣ୍ଡର କିମ୍ବା ଗେଣ୍ଡୁ ଗଛ ଲଗାଇପାରିବେ ।

• ତେଲ : କିଛି ତେଲ ଅଛି ଯାହା ମାଛିଙ୍କୁ ତଡିବାରେ କାମରେ ଆସେ । ଲେଭେଣ୍ଡର, ନୀଳଗିରି, ପୁଦିନା ଏବଂ ଲେମନ୍ ଗ୍ରାସ- କେବଳ ନିଜର ମହକ ପାଇଁ ହିଁ ନୁହେଁ ବରଂ ମାଛିଙ୍କୁ ତଡିବାରେ ମଧ୍ୟ ବ୍ୟବହାର ହୁଏ । ନିଜ ବେଡରୁମ୍ ଓ ରୋଷେଇ ଘରେ ଏହାକୁ ଛିଂଚିଲେ ମାଛି ଆସେନି ।

• ଗ୍ରୀନ୍ ଆପଲ୍ ସୋପ୍ : ଅଧ୍ୟୟନରୁ ଜଣାପଡିଛି ଯେ, ଗ୍ରୀନ୍ ଆପଲ୍ ଲିକ୍ୱିଡ ମାଛିଙ୍କୁ ଆକର୍ଷିତ କରେ । ତେବେ ୨ ଚାମଚ ଗ୍ରୀନ୍ ଆପଲ୍ ଲିକ୍ୱିଡ୍ ସୋପ୍ କୁ ଏକ ଜାର୍ ରେ ପକାଇ ତାହା ଉପରେ କିଛି ଇଂଚ ପର୍ଯ୍ୟନ୍ତ ପାଣି ଭରନ୍ତୁ । ମାଛି ଗ୍ରୀନ୍ ଆପଲ୍ ଲିକ୍ୱିଡ ସୋପ୍ ର ମହକରେ ଜାର୍ କୁ ଆସିବେ ଏବଂ ପାଣିରେ ବୁଡିଯିବେ । ଏହି ପ୍ରକାରରେ ଆପଣ ମାଛିଙ୍କୁ ଧରିପାରିବେ ।

• ସେଓ ଏବଂ ଲବଙ୍ଗ : ଏକ ସେଓରେ କିଛି ଲବଙ୍ଗ କୁ ଦବାଇ ଦିଅନ୍ତୁ ଏବଂ ଏମିତି ସ୍ଥାନରେ ରଖିଦିଅନ୍ତୁ ଯେଉଁଠି ମାଛି ଥିବେ । ଆପଣ ଦେଖିବେ କି ମାଛି ସେଇଠୁ ପଳାଉଛନ୍ତି, କାହିଁକିନା ମାଛି ମାନେ ଲବଙ୍ଗର ବାସ୍ନା ସହିପାରନ୍ତିନି ।

• କାକୁଡି : କାକୁଡିକୁ ଆପଣ ଅଳିଆ ଉପରେ ରଖିପାରିବେ, ଏହା ଦ୍ୱାରା ମାଛି ସେଥିରେ ଅଣ୍ଡା ଦେଇପାରିବେ ନାହିଁ । କାହିଁକିନା ମାଛି କାକୁଡି ଠାରୁ ଦୂରେଇ ଯାଏ ।