Daily Archives

January 2, 2024

ଚୂଡ଼ାନ୍ତ ହେଲା ରାମଲଲ୍ଲାଙ୍କ ବିଗ୍ରହ । ଗର୍ଭଗୃହରେ ସ୍ଥାପନ ହେବ ଅରୁଣ ଯୋଗୀଙ୍କ ହାତ ତିଆରି ମୂର୍ତ୍ତି ।

କନକ ବ୍ୟୁରୋ: ଚୂଡ଼ାନ୍ତ ହେଲା ରାମଲଲ୍ଲାଙ୍କ ବିଗ୍ରହ । ଅଯୋଧ୍ୟାର ଗର୍ଭଗୃହରେ ସ୍ଥାପନ ହେବ କର୍ଣ୍ଣାଟକ ମୂର୍ତ୍ତି କାରିଗର ଅରୁଣ ଯୋଗୀଙ୍କ ହାତ ତିଆରି ମୂର୍ତ୍ତି । ମତଦାନ ସହ ଅରୁଣ ଗଢ଼ିଥିବା ୫୧ ଇଞ୍ଚର ରାମଲଲ୍ଲାଙ୍କ ମୂୂର୍ତ୍ତିରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମୋହର ମାରିଛି…

ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗ । ପୂର୍ଣ୍ଣଛେଦ ଟାଣିଲେ କେନ୍ଦ୍ରମନ୍ତ୍ରୀ । ଏପରି କହିଲେ ଅର୍ଜୁନ ରାମ ମେଘୱାଲ

କନକ ବ୍ୟୁରୋ: ୨୦୨୨ ଶେଷ ବେଳକୁ ତୀବ୍ର ହୋଇଥିଲା ବିଭିନ୍ନ ଓକିଲ ସଂଘର ଆନ୍ଦୋଳନ । କହିବାକୁ ଗଲେ ଓଡି଼ଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପାଇଁ ଚାଲିଆସିଥିବା ପ୍ରାୟ ୫୦ ବର୍ଷର ଆନ୍ଦୋଳନରେ ପୂର୍ଣ୍ଣାହୁତି ପଡିଥିଲା । କାରଣର ଓକିଲଙ୍କ ଆନ୍ଦୋଳନରେ କ୍ଷୁବ୍ଧ ହୋଇଥିଲେ…

ଭଗବାନ ଭରସାରେ ୟୁନିଭରସିଟି ଲ’ କଲେଜ! ୬୦୦ ଛାତ୍ରଛାତ୍ରୀଙ୍କୁ ଜଣେ ଅଧ୍ୟକ୍ଷ, ଜଣେ ଅଧ୍ୟାପକ

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ଲ’ କଲେଜର ବିବାଦ ପିଛା ଛାଡିବାର ନାଁ ଧରୁନାହିଁ । ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇଯାଉଛି ଏହି ପ୍ରତିଷ୍ଠିତ ଆଇନ ମହାବିଦ୍ୟାଳୟ । କିଛି ଦିନ ତଳେ ବାର କାଉନସିଲ ଅଫ ଇଣ୍ଡିଆର ଅନୁମୋଦନ ନଥିବାରୁ ଚର୍ଚ୍ଚାରେ ଥିଲା କଲେଜ । ଯେଉଁଥିପାଇଁ ଜଣେ…

ନୂଆ ବର୍ଷରୁ BSKY-ନବୀନ କାର୍ଡର ଶୁଭାରମ୍ଭ । ଜାଣନ୍ତୁ, କେମିତି କରିବେ ଆବେଦନ?

କନକ ବ୍ୟୁରୋ: ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିଏସକେୱାଇ୍-ନବୀନ କାର୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆସନ୍ତା ୬ ତାରିଖରୁ ଏହି କାର୍ଡର ପଞ୍ଜିକରଣ ଆରମ୍ଭ ହେବ । ପଞ୍ଚାୟତସ୍ତରରେ ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ ।…

ପୋଖରୀରୁ ମିଳିଲା ସୋରରେ ନିଖୋଜ ଅଢେଇ ବର୍ଷର ଶିଶୁର ମୃତଦେହ: ଗତକାଲି ଘର ନିକଟରୁ ନିଖୋଜ ହୋଇଥିଲା କୁନି ପୁଅ ଶୁଭମ

କନକ ବ୍ୟୁରୋ: ସୋରରେ ଚାଂଚଲ୍ୟ । ପୋଖରୀରୁ ମିଳିଛି ଅଢେଇ ବର୍ଷ ଶିଶୁ ଶୁଭମର ମୃତଦେହ । ଗତକାଲି ଖେଳିବାକୁ ଯାଇ ହଠାତ ସେ ନିଖୋଜ ହୋଇଯାଇଥିଲେ । ଆଜି ୨୪ ଘଂଟା ପରେ ତାଙ୍କର ମୃତଦେହ ମିଳିବା ଅନେକ ସନ୍ଦେହ ସୃଷ୍ଟି କରିଛି । ଘର ପାଖ ଏକ ଛୋଟ ପୋଖରୀରୁ ଶୁଭମର ମୃତଦେହ ମିଳିଛି , କାଲି ଏଠାରେ…

ବିଏମସିର ଅଜବ ନିୟମ: ନେତାଙ୍କୁ ମାଫ୍, ଲୋକଙ୍କୁ ଫାଇନ!

କନକ ବ୍ୟୁରୋ: ନେତାଙ୍କୁ ସବୁ ମାଫ, କିନ୍ତୁ ଜନତାଙ୍କୁ ଫାଇନ । ବିଏମସିର ଏଭଳି ଆଭିମୁଖ୍ୟ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ନୂଆ ବର୍ଷ ପାଇଁ ରାଜଧାନୀରେ ମାଳ ମାଳ ପୋଷ୍ଟର ଲାଗିଛି । ପୋଷ୍ଟରର ଖୋଦ୍ ଭୁବନେଶ୍ୱର ମେୟରଙ୍କ ଫଟୋ ରହିଛି । କିନ୍ତୁ ପୋଷ୍ଟର…