୨ ଦିନର ମୁଖ୍ୟମନ୍ତ୍ରୀ । ବହୁମତ ପରୀକ୍ଷାକୁ ନ ଯାଇ ଇସ୍ତଫା ଦେଲେ ୟେଦ୍ୟୁରପ୍ପା

22

କନକ ବ୍ୟୁରୋ : କର୍ଣ୍ଣାଟକ ହାଇଡ଼୍ରାମାରେ ଆଉ ଏକ ଅଧ୍ୟାୟ । ବହୁମତ ସାବ୍ୟସ୍ତ ପୂର୍ବରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପା । ମାତ୍ର ୫୫ ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ୟେଦ୍ୟୁରପ୍ପା ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫା ଦେବା ପୂର୍ବରୁ ୟେଦ୍ୟୁରପ୍ପା କହିଛନ୍ତି, ତାଙ୍କ ପାଇଁ ଅଗ୍ନିପରୀକ୍ଷାର ବେଳ । ଜୀବନ ସାରା ମୁଁ ଯୁଦ୍ଧ ଲଢ଼ି ଲଢ଼ି ଆସିଛି । ଆମକୁ ୧୧୩ ସିଟ;ରେ ବିଜୟୀ କରିଥିଲେ କର୍ଣ୍ଣାଟକ ରାଜନୀତିର ଦୃଶ୍ୟପଟ୍ଟ କିଛି ଅଲଗା ହୋଇଥାନ୍ତି । ତେବେ ପୁଣିଥରେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ଯିବି ଓ ସମସ୍ତଙ୍କ ହୃଦୟ ଜିତିକି ଆସିବି ବୋଲି କହିଛନ୍ତି ୟେଦ୍ୟୁରପ୍ପା ।

ଏହାସହ ୟେଦ୍ୟୁରପ୍ପା ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ୫ ବର୍ଷ କିମ୍ବା ତା ପୂର୍ବରୁ ପୁଣିଥରେ ବିଜୟୀ ହୋଇ ଫେରିବେ । ରାଜ୍ୟରେ ପୁଣିଥରେ କୌଣସି ମୁହୂର୍ତ୍ତରେ ନିର୍ବାଚନ ହୋଇପାରେ । ଏହାସହ ନିଜର ଇସ୍ତଫା ଘୋଷଣା କରିଛନ୍ତି ୟେଦ୍ୟୁରପ୍ପା ।