ଶରୀରରେ ଏହି ସବୁ ଲକ୍ଷଣ ଦେଖାଯାଉଛି କି ? ଆପଣ ସ୍ତନକର୍କଟରେ ପୀଡିତ ନାହାନ୍ତି ତ ?

61

ସ୍ତନ କର୍କଟ ଏକ ଏମିତି ରୋଗ ଯାହା ଅନେକ କ୍ଷେତ୍ରରେ ମହିଳାମାନଙ୍କୁ ମୃତ୍ୟୁ ମୁଖକୁ ନେଇ ଯାଇଥାଏ। ଯଦିଓ ଏହି ସମସ୍ୟା ଏବେ ପୁରୁଷମାନଙ୍କ ଭିତରେ ଦେଖାଯାଉଛି, କିନ୍ତୁ ମହିଳାମାନଙ୍କ ପାଖରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖା ଯାଇଥାଏ । ବଦଳୁଥିବା ଜୀବନଚର୍ୟ୍ୟା ଏବଂ ଖାଇବା ପିଇବାର ସମୟ ଠିକ୍ ରହୁ ନଥିବାରୁ ମହିଳାମାନେ ଖୁବ୍ ସହଜରେ ଏହି ରୋଗର ଶିକାର ହୋଇଯାଇଥାନ୍ତି । ବେଳେ ବେଳେ କିଛି ମହିଳା ଏହି ରୋଗର ଲକ୍ଷଣ ଜାଣି ନ ପାରି ମୃତ୍ୟୁ ମୁଖକୁ ଚାଲି ଯାଇଥାନ୍ତି । ଏଭଳି ପରିସ୍ଥିତିରେ ଆମେ ଆପଣଙ୍କୁ ଏହି ରୋଗର ଲକ୍ଷଣ ବିଷୟରେ ଜଣାଇବାକୁ ଚାହୁଁଛୁ।

୧.ମହିଳାମାନେ ସ୍ତନ କର୍କଟର ଶିକାର ହୋଇଥିଲେ ସେମାନଙ୍କ ସ୍ତନରେ ଯନ୍ତ୍ରଣା ଅନୁଭବ ହେବା,କୁଣ୍ଡାଇ ହେବା ବା ଲାଲ ପଡ଼ିଯିବା ଭଳି ସମସ୍ୟା ଦେଖାଯାଇଥାଏ ।

୨.କର୍କଟ ରୋଗର କୋଷିକାଗୁଡ଼ିକ ବଢ଼ୁଥିବାରୁ କାଖ ଦରଜ ହେବା ସହ ସିଝି ଯାଇଥାଏ । ଏଭଳି ଲକ୍ଷଣ ଦେଖା ଗଲେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।

୩.ଅଧିକ କାମ କରିବା ଦ୍ୱାରା ବେକରେ ଯନ୍ତ୍ରଣା ଅନୁଭବ ଏକ ସାଧାରଣ କଥା । କିନ୍ତୁ ସ୍ତନ କର୍କଟ ହୋଇଥିଲେ କର୍କଟର ରୋଗର କୋଷିକା ଗୁଡ଼ିକ ବଢ଼ୁଥିବାରୁ ବେକ ଏବଂ ଅଣ୍ଟା ଜୋରରେ ବିନ୍ଧିଥାଏ ।

୪.ସ୍ତନ କର୍କଟ ରୋଗର ଶିକାର ହୋଇଥିଲେ ସ୍ତନରୁ ଟିକେ ଟିକେ ପାଣି ବାହାରିବାକୁ ଲାଗିଥାଏ । ଏହା ସହ ସ୍ତନର ଆକାର ଏବଂ ରଙ୍ଗ ବଦଳି ଯାଇଥାଏ । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।