ଗୁଣି ଗାରେଡି ସନ୍ଦେହରେ ବର୍ବରତା ! ମୟୁରଭଞ୍ଜରେ ଗଛରେ ବାନ୍ଧି ସର୍ବସମ୍ମୁଖରେ ପାଂଚ ମହିଳାଙ୍କୁ ଅକଥନୀୟ ଅତ୍ୟାଚାର

46

କନକ ବ୍ୟୁରୋ : ଏବେ ବି ସମାଜରେ ରହିଛି ମଧ୍ୟଯୁଗୀୟ ବର୍ବରତା । ଏହାର ପ୍ରମାଣ ମିଳିଛି ମୟୂରଭଂଜ ଜିଲ୍ଲାରେ । ମଧୁପୁର ଗାଁ ଦାଣ୍ଡରେ ଗଛରେ ୫ ଜଣଙ୍କୁ ବାନ୍ଧି ନିର୍ମମ ଭାବେ ବାଡେଇଛନ୍ତି ଗାଁ ଲୋକେ । ଅଭିଯୋଗ ଅନୁସାରେ ଏହି ୫ ଜଣ ଗୁଣିଗାରେଡି କରୁଛନ୍ତି । ଗତ ୩ ମାସ ମଧ୍ୟରେ ଗାଁର ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଁରେ ଥିବା ଶିବ ସିଂଙ୍କୁ ଗୁଣି କରିଥିବା ଅଭିଯୋଗରେ ମାଡ ମାରିଥିଲେ ଗାଁ ଲୋକେ ।

ସେପଟେ ଶିବ ସିଂ ଏହି ଘଟଣାରେ ଗାଁର ୫ ଜଣ ମହିଳା ସଂପୃକ୍ତ ଥିବା କହିବା ପରେ ସେମାନଙ୍କୁ ମଧ୍ୟ ପ୍ରଜାକୋର୍ଟ କରି ମାଡ ମାରିଥିଲେ ଗାଁ ଲୋକେ । ମହିଳା ଗୁଣି କରିଥିବା ନେଇ ପ୍ରମାଣ ଦେବାକୁ ଶିବ ସିଂକୁ କହିବା ପରେ ପରିସ୍ଥିତି ଭିନ୍ନ ମୋଡ ନେଇଥିଲା । ଅନ୍ୟପଟେ ଶିବ ସିଂ ସ୍ଥାନୀୟ ବଡସାହି ଥାନାରେ ଅଭିଯୋଗ କରିଛି । ଏହା ପରଠାରୁ ଶିବ ସିଂ ମଧ୍ୟ ଫେରାର ହୋଇଥିବା କୁହାଯାଉଛି ।