ନାମ ବାଛନ୍ତୁ , ୨୫ ହଜାର ଟଙ୍କାର ପୁରସ୍କାର ଜିତନ୍ତୁ ! କେନ୍ଦ୍ର ସରକାରଙ୍କର ଏକ ଅଭିନବ ଘୋଷଣା

27

କେନ୍ଦ୍ର ସରକାର ବୟସ୍କ ବିଧବା ମହିଳାଙ୍କ ପାଇଁ ଏକ ସୁବିଧା ଆରମ୍ଭ କରିବାକୁ ଯାଉଛନ୍ତି । ଏବଂ ଏହାର ଏକ ମନ ପସନ୍ଦିଆ ନାମ ଦେବା ପାଇଁ ଲୋକଙ୍କର ମତ ନେଇଛନ୍ତି । କେନ୍ଦ୍ରୀୟ ମହିଳା ଓ ବାଳ ବିକାଶ କଲ୍ୟାଣ ମନ୍ତ୍ରାଳୟ ସୋସିଆଲ୍ ମିଡିଆ ଜରିଆରେ ଏକ ପ୍ରତିଯୋଗିତାର ଆରମ୍ଭ କରିଛନ୍ତି । ଯେଉଁଥିରେ ଲୋକଙ୍କ ଠାରୁ ଏକ ଭଲ ନାମ ଦେବାକୁ କୁହାଯାଇଛି ।

ସର୍ବଶ୍ରେଷ୍ଠ ନାମ କହିଥିବା ପ୍ରତିଯୋଗୀଙ୍କୁ ମନ୍ତ୍ରାଳୟ ଦ୍ୱାରା ୨୫ ହଜାର ଟଙ୍କାର ନଗଦ ପୁରସ୍କାର ଦିଆଯିବ । ଯେଉଁ ଲୋକ ଏହି ‘ ନେମ୍ ସଜେସନ୍ ପମ୍ପିଟିସନ’ରେ ଭାଗ ନେବାକୁ ଚାହୁଁଛନ୍ତି ତ ସେମାନେ ୧୫ ଡିସେମ୍ବର ୨୦୧୭ପୂର୍ବରୁ ନିଜେ ଚୟନ କରିଥିବା ଏକ ନାମକୁ ଇମେଲ୍ ଆଇଡି ଏମଆଇଏନ୍ ଡଟ୍ ଡବ୍ଲୁସିଡିଆଟଦରେଟ୍ ଜିମେଲ୍ ଡଟ୍ କମ୍  ରେ ପଠାଇବାକୁ ହେବ ।

ମନ୍ତ୍ରାଳୟ ଏହି ପ୍ରତିଯୋଗିତାର କିଛି ନିୟମ ମଧ୍ୟ କହିଛି । ପ୍ରତିଯୋଗୀମାନଙ୍କୁ କେବଳ ଏହି ଇମେଲ୍ ଆଇଡି ଜରିଆରେ ନିଜର ମତାମତ ଦେବାର ଅଛି । ନାମ ହିନ୍ଦୀ ବା ଇଂରାଜୀ ଭାଷାରେ ହେବ । ନାମଟି କୌଣସି ଆପତ୍ତିଜନକ ଶବ୍ଦ ହୋଇନଥିବ । ଜଣେ ପ୍ରତିଯୋଗୀ କେବଳ ଗୋଟିଏ ହିଁ ନାମ ପଠାଇବେ । ଏହା ବ୍ୟତୀତ ପଠାଇଥିବା ନାମ କୌଣସି ଠାରୁ କପି ହୋଇନଥିବା । ପୁରା ମୌଳିକ ହୋଇଥିବା ଦରକାର ।

(ସୌଜନ୍ୟ-ନବଭାରତ ଟାଇମ୍ସ)