ପ୍ରିୟଙ୍କା ଗାନ୍ଧିଙ୍କୁ ପୂର୍ବ ୟୁପିର ପ୍ରଭାରୀ ଦାୟିତ୍ୱ ପରେ ନୂଆ ସମୀକରଣକୁ ନେଇ ଚର୍ଚ୍ଚା ! ରଣନୀତି ବଦଳାଇପାରନ୍ତି ଏସପି, ବିଏସପି ଓ ବିଜେପି 

149

କନକ ବ୍ୟୁରୋ : ୟୁପି ରାଜନୀତିରେ ହଲଚଲ ।  ପ୍ରିୟଙ୍କା ଗାନ୍ଧିଙ୍କ ୁ ମହାସଚିବ କରାଯାଇ  ପୂର୍ବ ଉତ୍ତରପ୍ରଦେଶର ଦାୟିତ୍ୱ ଦିଆଯିବା ପରେ  ଏହା ପ୍ରଭାବ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମୋଦି ଓ ଯୋଗୀଙ୍କ ଗଡରେ ଆସୁଥିବା ପୂର୍ବ ୟୁପିର ୨୭ଟି  ଲୋକସଭା ନିର୍ବାଚନମଣ୍ଡଳୀରେ  ପ୍ରିୟଙ୍କା କଂଗ୍ରେସକୁ ଆଗକୁ ବଢାଇବେ । ତେଣୁ  ବିଜେପି, ବିଏସପି ଓ ଏସପି ଏଠାରେ ଏବେ ନୂଆ ରଣନୀତି କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

 ପ୍ରିୟଙ୍କା ରାଜନୀତିକୁ ଓହ୍ଲାଇଲେ  କଂଗ୍ରେସପ୍ରତି ଭୋଟର ଅଧିକ ଆକର୍ଷିତ ହେବା ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ବିଜେପି  ନୂଆ ରଣନୀତି ତିଆରି କରିବା ଆରମ୍ଭ କରିଦେଇଛି । ଏସପି-ବିଏସପି ମଧ୍ୟ କଂଗ୍ରେସକୁ ବାଦ ଦେଇ ୟୁପିରେ ମେଂଟ କରିଛନ୍ତି । ଏହି ମେଂଟ ବି ନୂଆ ରଣନୀତି କରିପାରେ ।  ମାୟାବତୀ  ଓଅଖିଳଶେ କଂଗ୍ରେସକୁ ସାମିଲ ନେଇ ଚିନ୍ତା କରିପାରନ୍ତି । ରାହୁଲ ଗାନ୍ଧି ମଧ୍ୟ କହିସାରିଛନ୍ତି, ସେ ଅଖିଳେଶ ଓ ମୟାବତୀଙ୍କୁ ସମ୍ମାନ କରନ୍ତି ।

ସୂଚନାଯୋଗ୍ୟ ଭାରତୀୟ ରାଜନୀତିରେ ଗାନ୍ଧୀ ପରିବାରର ସବୁବେଳେ ରହି ଆସିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା  । ଭାରତୀୟ ଜାତୀୟ କଂଗ୍ରେସ ଦଳର ନେତୃତ୍ୱ ସର୍ବାଧିକ ସମୟ ରହି ଆସିଛି ଗାନ୍ଧୀ ପରିବାର ହାତରେ  । ଏହି କାରଣରୁ ଶାସନରେ ସବୁଠାରୁ ଅଧିକ ସମୟ ରହିଛି ଗାନ୍ଧୀ ପରିବାର  । ଏବେ ରାଜନୀତିର ଏହି କ୍ରମରେ ସାମିଲ୍ ହୋଇଛି ପ୍ରିୟଙ୍କା ଗାନ୍ଧୀଙ୍କ ନାଁ  । ଏବେ ଦେଖିବାକୁ କେବଳ ବାକି ରାଜନୀତିରେ କି କମାଲ୍ କରୁଛନ୍ତି ପ୍ରିୟଙ୍କା  ।