ଘରକୁ ପହଂଚିବାରେ ହେଲା ୧୦ ମିନିଟ୍ ବିଳମ୍ବ, ସ୍ୱାମୀ ଫୋନରେ ଦେଲେ ଟ୍ରିପଲ ତଲାକ୍

138

ଉତ୍ତର ପ୍ରଦେଶର ଏଟାର ନୟାଗାଓଁରେ ମହିଳାଙ୍କୁ ବାପଘରୁ ଫେରିବାରେ ୧୦ ମିନିଟ୍ ବିଳମ୍ବ ହେବାରୁ ଫୋନରେ ସ୍ୱାମୀ ଦେଲେ ତିନି ତଲାକ୍ । ପୀଡିତା, ସ୍ୱାମୀ ଓ ଶାଶୂଘର ଲୋକଙ୍କ ଉପରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି । ପୁଲିସ ମାମଲା ରୁଜୁ କରି ଯାଂଚ କରିବାର ଆରମ୍ଭ କରିଦେଇଛି ।

ନୟାଗାଁଓ ଅଂଚଳର ଅଲିପୁର ନିବାସୀ ଅଫାରାଜ୍ ହାଇଦ୍ରାବାଦରେ ପ୍ରାଇଭେଟ୍ ଚାକିରୀ କରନ୍ତି । ଅଫରୋଜଙ୍କ ପତ୍ନୀ ଶଂବୁଲ ବେଗମ ନିଜ ବାପଘରକୁ ଅସୁସ୍ଥ ଜେଜେମାଆଙ୍କୁ ଦେଖିବା ପାଇଁ ଯାଇଥିଲେ । ତାଙ୍କ ସ୍ୱାମୀ ଅଧା ଘଣ୍ଟା ସମୟ ରହିବାକୁ ଦେଇଥିଲେ । କିନ୍ତୁ ମହିଳାଙ୍କ ୧୦ ମିନିଟ୍ ବିଳମ୍ବ ହୋଇଗଲା । ଏହାପରେ କ୍ରୋଧରେ ସ୍ୱାମୀ ନିଜ ଭାଇଙ୍କୁ ପତ୍ନୀଙ୍କ ପାଖକୁ ପଠାଇଲେ ଓ ଫୋନରେ କଥା କରାଇଲେ । ଅଫରୋଜ୍ ଫୋନରେ ହିଁ ତିନି ତଲାକ୍ ଦେଇଦେଲେ ।

ତିନି ତଲାକ୍ ଦେବା ପରେ ଯେତେବେଳେ ସେ ଶାଶୂ ଘରେ ପହଂଚିଲେ, ତାଙ୍କ ସହ ମାରପିଟ୍ ହେଲା । ଏହି ମାମଲାରେ ମହିଳା ଜଣକ ସରକାରଙ୍କ ସହାୟତା ଲୋଡିଛନ୍ତି । ସୂଚନାଯୋଗ୍ୟ, ୨୭ ଡିସେମ୍ବରକୁ ଲୋକସଭାରେ ତିନି ତଲାକ୍ ବିଲ୍ ପାସ୍ କରିଦିଆଯାଇଥିଲା । ଏହା ଅଧିନରେ ୩ବର୍ଷର ଦଣ୍ଡ ବ୍ୟବସ୍ଥା କରାଯାଇଛି ।