ମୋଦିଙ୍କ ଶ୍ରେଷ୍ଠ ପାଂଚ ମନ୍ତ୍ରୀ ! ଦେଖନ୍ତୁ କିଏ ପାଇଲେ କେତେ ନମ୍ବର

70

କନକ ବ୍ୟୁରୋ : କେନ୍ଦ୍ରରେ ମୋଦି ସରକାରଙ୍କୁ ପୁରିଛି ୩ବର୍ଷ । ଏହି ଅବସରରେ ସଫଳତା ଓ ବିଫଳତାକୁ ନେଇ ସବୁ ଆଡେ ତର୍ଜମା ଚାଲିଛି । ହେଲେ ଏହା ଭିତରେ କେମିତି ରହିଛି କେନ୍ଦ୍ର ମନ୍ତ୍ରୀମାନଙ୍କ କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟଧାରା ଆଧାରରେ ୧୦ନମ୍ବରୁ କିଏ କେତେ ନମ୍ବର ପାଇବେ ? ଏନେଇ ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜ୍ ପକ୍ଷରୁ ଏକ ସର୍ବେକ୍ଷଣ କରାଯାଇଥିଲା । ଏହାର ଫଳାଫଳ ଅନୁସାରେ ମୋଦି କ୍ୟାବିନେଟରେ ନୀତିନ ଗଡକରୀ, ହେଉଛନ୍ତି ମୋଦି କ୍ୟାବିନେଟର ସବୁଠାରୁ ପାରଙ୍ଗମ ମନ୍ତ୍ରୀ ।

ଗଡକରୀ ୧୦ନମ୍ବରରୁ ୬.୮୬ନମ୍ବର ପାଇ ଟପରେ ରହିଛନ୍ତି । ଗଡକରୀଙ୍କ ପଛକୁ ୨ ନମ୍ବରରେ ଅଛନ୍ତି ବିଜୁଳି ମନ୍ତ୍ରୀ ପୀୟୂଷ ଗୋୟଲ । ସେ ୧୦ନମ୍ବରରୁ ପାଇଛନ୍ତି ୬.୬୬ନମ୍ବର । ତିନି ନମ୍ବରରେ ରହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କୁ ମିଳିଛି ୧୦ ୬.୪୦ମାର୍କ । ଚତୁର୍ଥ ସ୍ଥାନରେ ରହିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ସୁଷମା ୧୦ରୁ ପାଇଛନ୍ତି ୬.୧୮ ମାର୍କ । ସେହିପରି ପଂଚମ ସ୍ଥାନରେ ରହିଛନ୍ତି ଅର୍ଥ ତଥା ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ । ଅରଣୁ ୧୦ରୁ ୬.୧୭ମାର୍କ ପାଇଛନ୍ତି ।