ବର୍ଦ୍ଧିତ ଟୋଲ ଫି’ ଆଦାୟ ସ୍ଥଗିତ ନେଇ ଆଜି ଆସିବ ବିଜ୍ଞପ୍ତି

47

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜି ବର୍ଦ୍ଧିତ ଟୋଲ ଫି’ ଆଦାୟ ସ୍ଥଗିତ ନେଇ ଆସିବ ବିଧିବଦ୍ଧ ବିଜ୍ଞପ୍ତି । ଏହାସହ ବର୍ଦ୍ଧିତ ଟୋଲ୍-ଫି ନେଇ ଉଭୟ କେନ୍ଦ୍ର ସରକାର ଏବଂ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇକୁ ରିପୋର୍ଟ ଦେବେ ରାଜ୍ୟ ସରକାର । ସେହିପରି ବେଆଇନ୍ ଟୋଲ୍ ଗେଟ୍ ଏବଂ ଫି ବୃଦ୍ଧିକୁ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଏବଂ ଏନ୍ଏଚ୍ଏଆଇ କର୍ତୃପକ୍ଷଙ୍କୁ ଭେଟିବ ବୋଲି ଘରୋଇ ବସ୍ ମାଲିକ ସଂଘ ସୂଚନା ଦେଇଛି । ଅନ୍ୟପଟେ ବେଆଇନ ଭାବେ ନିର୍ମାଣ ହୋଇଥିବା ପିପିଲି, ଶ୍ରୀରାମପୁର, ମଙ୍ଗୁଳି, ପାଣି କୋଇଲି ଏବଂ ବାରାଗୁଡ଼ା ଟୋଲ୍ ଗେଟ୍ ସ୍ଥାନାନ୍ତର ନେଇ ମଧ୍ୟ କେନ୍ଦ୍ରକୁ ରିପୋର୍ଟ ଦେବ ରାଜ୍ୟ । ଏହି ୫ଟି ଟୋଲ୍ ଗେଟ୍ ଏନ୍ଏଚ୍ଏଆଇ ଗାଇଡଲାଇନ ଭିତରେ ଆସୁନଥିବା ବେଳେ ଏହାର ସ୍ଥାନାନ୍ତର ନେଇ ମଧ୍ୟ ପୂର୍ବରୁ ଘରୋଇ ବସ୍ ମାଲିକ ସଂଘ ଦାବି କରିଛି ।