କପିଲ ଶର୍ମାଙ୍କ ସୋ’ ଟକ୍କରରେ ଫିକା ପଡ଼ିଲା କୃଷ୍ଣାଙ୍କ ‘ଦି ଡ୍ରାମା କମ୍ପାନୀ’! ବନ୍ଦ ହୋଇପାରେ ସୋ’

72

କପିଲ ଶର୍ମାଙ୍କ ସୋ’ର କମ୍ ଟିଆରପିକୁ ଦେଖି ସୋ’ ବନ୍ଦ ହେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଏହାକୁ ନଜରରେ ରଖି ଚ୍ୟାନେଲ କପିଲଙ୍କ ପ୍ରତିଦ୍ୱନ୍ଦି କୃଷ୍ଣା ଅଭିଶେକ, ସୁଦେଶ ଲେହରୀ, ସୁଗନ୍ଧା ମିଶ୍ରାଙ୍କ ସହ ଏକ ସୋ’ ଆରମ୍ଭ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ସୋ’ କୁ ମଧ୍ୟ ଟିଆରପି ମିଳିଲା ନାହିଁ । ଏବେ ଏହି ସୋ’ ବନ୍ଦ ହେବ ବୋଲି ଖବର ଆସୁଛି ।

କୃଷ୍ଣା ଅଭିଶେକଙ୍କ ସୋ ‘ଦି ଡ୍ରାମା କମ୍ପାନୀ’ ଅନେକ ଚେଷ୍ଟା ପରେ ମଧ୍ୟ ଦର୍ଶକଙ୍କୁ ହସାଇବାରେ ସଫଳ ହୋଇପାରି ନାହିଁ । ସୋ’ରେ ଅନେକ ଲୋକପ୍ରିୟ ତାରକା ଥିଲେ ମଧ୍ୟ କପିଲ ଶର୍ମାଙ୍କ ଏହି ସୋ ପାଖାପାଖି ପହଞ୍ଚି ପାରିନାହିଁ । ସମୟ ଥିଲା କୃଷ୍ଣା ଓ ସୁଦେଶଙ୍କ ଯୋଡ଼ିକୁ ଦେଖିଲେ ଲୋକେ ନିଜର ହସ ରୋକି ପାରୁନଥିଲେ କିନ୍ତୁ ଏବେ ସୋ’ର ଅବସ୍ଥା ଭଲ ନାହିଁ । ସଫଳତା ପାଇଁ ଶତଚେଷ୍ଟା କଲେ ମଧ୍ୟ ଦର୍ଶକଙ୍କ ମନ ଜିତି ପାରୁନାହିଁ ‘ଦି ଡ୍ରାମା କମ୍ପାନୀ’

ମିଡ଼ିଆ ରିପୋର୍ଟ ଅନୁସାରେ ସୋ’ର ନିର୍ମାତା ମଧ୍ୟ ଏହାର ଅବସ୍ଥା ଦେଖି କୃଷ୍ଣା ଅଭିଶେକଙ୍କୁ ହୋଷ୍ଟ ସିଟରୁ ହଟାଇ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ‘ବହୁ ହମାରୀ ରଜନୀକାନ୍ତ’ ଫେମ ଟେଲିଭିଜନ ଅଭିନେତା କରଣ ନିକଟରେ ହୋଷ୍ଟ ହିବାସରେ ଏହି ସୋ’ରେ ଯୋଗ ଦେଇଛନ୍ତି । ଶୁଣିବା ପାଇଁ ମିଳୁଛି ଯଦି ଲଗାତାରେ ଭାବେ ‘ଦି ଡ୍ରମା କମ୍ପାନୀ’ ଲୋକଙ୍କୁ ହସାଇବାରେ ସଫଳ ହୋଇପାରୁନାହିଁ ତେବେ ସୋ’କୁ ଅଫ ଏୟାର କରିଦିଆଯିବ ।
ଏପଟେ ‘ଦି ଡ୍ରମା କମ୍ପାନୀ’ରେ ନଜର ଆସୁଥିିବା ଅଲ୍ଲୀ ଅସଗରଙ୍କ ବୟାନରୁ ଜଣାପଡ଼ୁଛି, ସେ କପିଲଙ୍କ ସୋ’କୁ ଫେରିବା ପାଇଁ ନିଷ୍ପତି ନେଇସାରିଛନ୍ତି । ଅଲ୍ଲୀ କହଛନ୍ତି ‘କପିଲ ଶର୍ମା ସୋ’ରେ ତାଙ୍କର କମ ଅଭିନୟ ଥିବାରୁ ସେ ନାରାଜ ଥିଲେ । ସୁନୀଲଙ୍କ ସହ କପିଲଙ୍କ ଝଗଡ଼ା ହେବା ପୂର୍ବରୁ ହିଁ ସୋ’ ଛାଡ଼ିବା ପାଇଁ ନିଷ୍ପତି ନେଇସାରିଥିଲେ ବୋଲି ପ୍ରକାଶ କରିଛନ୍ତି ଅଲ୍ଲୀ ।